jayashree

ସର୍ଗୁଲ ବିଦ୍ୟାଳୟରେ ତିଥି ଭୋଜନ ଓ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ସମାଜସେବୀ ମୁନିରାମ ଭାଟି, ରାଜେଶ ଭାଟି ଓ ପରିବାରଙ୍କ ମହତ୍ ଉଦ୍ୟମକୁ ଅଞ୍ଚଳରେ ଭୂୟସୀ ପ୍ରଶଂସା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅନ୍ତର୍ଗତ ସର୍ଗୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତିଥି ଭୋଜନ ଏବଂ ସ୍କୁଲ ବ୍ୟାଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସର୍ଗୁଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜୀତେନ୍ଦ୍ର କୁମାର ନାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କୋଦଣ୍ଡଧର ଭୋଇ, ସମ୍ମାନିତ ଅତିଥି ଭାବେ ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ର ସଂଯୋଜକ ଲିଲୁମୋହନ ପଧାନ, ସମାଜସେବୀ ମୁନିବର ଭାଟି, ହରି ଭାଟି ଏବଂ ଚନ୍ଦନ ଭାଟି ମଞ୍ଚାସୀନ ଥିଲେ । ସମାଜସେବୀ ମୁନିରାମ ଭାଟି ନିଜ ଖର୍ଚ୍ଚରେ ସର୍ଗୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବ୍ୟାଗ ଏବଂ ତିଥି ଭୋଜନର ବ୍ୟବସ୍ଥା କରିଥିଲେ । ଶ୍ରୀ ଭାଟି ବାନ୍ଦୁପଲା ଆଞ୍ଚଲିକ ସାଧନ କେନ୍ଦ୍ରର ଉନ୍ନତି ପାଇଁ ମଧ୍ୟ ଏଗାର ହଜାର ଟଙ୍କା ଦାନ କରିଥିଲେ । ଶ୍ରୀ ଭାଟି ଓ ଆର୍ଥିକ ସହାୟତା ପ୍ରଦାନ କରିଥିବା ରାଜେଶ ଭାଟି ତଥା ତାଙ୍କ ପରିବାରଙ୍କର ଏହି ମହତ କାମ ପାଇଁ ଗ୍ରାମବାସୀ ବହୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଚଲକି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୀତେନ୍ଦ୍ର ମାଝୀ ପରିଚାଳନା କରିଥିବା ବେଳେ ଶିକ୍ଷକ ନିମାନନ୍ଦ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ଗୁଲ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଏବଂ ବାନ୍ଦୁପଲା ଆଞ୍ଚଳିକ ସାଧନ କେନ୍ଦ୍ରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ ।

Leave A Reply

Your email address will not be published.