jayashree

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ପରିସରରେ ସ୍ୱାଧିନତା ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ସମାଜସେବୀ ଯୁଧିଷ୍ଠିର ମିଶ୍ରଙ୍କ ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ଭାବରେ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅଧ୍ୟାପକ ସନ୍ଦୀପ କୁଅଁର ଓ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଯୋଗଦେଇ ଯୁଧିଷ୍ଠିର ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିଥିଲେ । ସମସ୍ତ ଅତିଥି ତାଙ୍କର ଅଭିଭାଷଣରେ ଯୁଧିଷ୍ଠିର ମିଶ୍ରଙ୍କ ସଂଘର୍ଷମୟ ଜୀବନ ଉପରେ ଆଲୋକପାତ କରିଥିଲେ । ସମାଜପ୍ରତି ଅବଦାନ ସଂପର୍କରେ ବର୍ଣ୍ଣନା କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀ ସରକାରୀ ବାଳିକା ବିଦ୍ୟାଳୟ ବଲାଙ୍ଗିର ଛାତ୍ରୀ ଦମୟନ୍ତୀ ଖୁଆସ ପ୍ରଥମ, ବଲାଙ୍ଗିର ପବ୍ଲିକ ସ୍କୁଲର ଛାତ୍ରୀ ପ୍ରିୟାଶିଂ ସାହୁ ଦ୍ୱିତୀୟ ଓ ଅଦୈତା ପାଣିଗ୍ରାହୀ ତୃତୀୟ ସ୍ଥାନ ଅଧିକାର କରଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟକ୍ଷ ସତିଶ ପଧାନ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟିର କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ୍, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ ମହାକୁର ଯୋଗଦେଇଥିଲେ । ବରିଷ୍ଠ ଶିକ୍ଷକ ହରେକୃଷ୍ଣ ନାୟକଙ୍କ ସଭାକାର୍ଯ୍ୟ ସଂଯୋଜନା କରିଥିବାବେଳେ ଉପାଧ୍ୟକ୍ଷ ମମିତା ବେହେରା ତଥା ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ, କର୍ମଚାରୀ ଓ ବଲାଙ୍ଗିର ସହରର ବରିଷ୍ଠ ବ୍ୟକ୍ତି ବିଶେଷ ଡ. ସନ୍ତୋଷ ରଥ, ସନାତନ ଠାକୁର, ସୁରେନ୍ଦ୍ର ତ୍ରିପାଠୀ, ଜୟରାମ ମିଶ୍ର, ବାମଦେବ ମିଶ୍ର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.