jayashree

ଝାରବନ୍ଧ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅଂଚଳ ହାଇସ୍କୁଲ ଗୌଡ଼ମାଲ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଶିକ୍ଷାଅଧିକାରୀ ଯତୀନ୍ଦ୍ର କୁମାର ସେଠଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଝାରବନ୍ଧ ତହସିଲଦାର ଅଲେଖ ଘୁଟା, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ବେହେରା, ପଦ୍ମପୁର ଗୋଷ୍ଠି ଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ପାଇକମାଲ ଗୋଷ୍ଠି ଶିକ୍ଷା ଅଧିକାରୀ ଶୁଭମ କୁମାର ପତି, ପ୍ରାଥମିକ ବ୍ଲକ ଶିକ୍ଷକ ସଂଘ ସଭାପତି ଆଶାରାମ ବରିହା ଯୋଗଦାନ କରି ଆନୁଷ୍ଠାନିକ ଭାବେ ଉତଘାଟନ କରିଥିଲେ । ଡଭା ହାଇସ୍କୁଲ ପ୍ରଧାନଶିକ୍ଷକ ଟିକେଶ୍ୱର ପଟେଲ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଅନୁଷ୍ଠିତ କନିଷ୍ଠ ଓ ବରିଷ୍ଠ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ତର୍କ, କୁଇଜ, ସଂଗୀତ ଚିତ୍ରାଙ୍କନ, ମଧ୍ୟାନ୍ନ ଭୋଜନ ଚିତ୍ରକଳା ଓ ଶିଳ୍ପକଳା ଆୟୋଜନ ହୋଇଥିଲା । ସମସ୍ତ ୧୦ଟି କ୍ଲଷ୍ଟରର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଳଗତ ନୃତ୍ୟ ପରିବେଷଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଇଓ ଯତୀନ୍ଦ୍ର ସେଠଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଓଏଭି ପ୍ରିନ୍ସିପାଲ ଜିତେନ୍ଦ୍ରିୟ ପ୍ରଧାନ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ଏବିଇଓ ଦୟାନିଧି କୈବର୍ତ୍ତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଜୟ କେତନ ପ୍ରଧାନ, ପ୍ରଧାନ ଶିକ୍ଷକ ଚନ୍ଦ୍ରକାନ୍ତ ମେହେର ଯୋଗଦାନ କରି ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ପ୍ରକୁଷ୍ଟ ମଞ୍ଚ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଶିକ୍ଷକ ବିଜୟ ଦାନୀ ମଞ୍ଚ ପରିଚାଳନା କରିଥିବା ବେଳେ ସିଆର୍‌ସିସି ଗୋପାଳ ଚନ୍ଦ୍ର ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.