jayashree

ଏସ୍‌ଆଇଆର୍‌ କାର୍ଯ୍ୟରେ ବିଏଲ୍‌ଓଙ୍କୁ ଆକ୍ରମଣ : ଦୁଇ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୋଟର ତାଲିକା ସଂଶୋଧନକୁ କେନ୍ଦ୍ର କରି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ବଡ଼ଅନକି ଗ୍ରାମରେ ଏସ୍‌ଆଇଆର୍‌ କାର୍ଯ୍ୟରେ ନିୟୋଜିତ ବିଏଲ୍‌ଓ କୃପାସିନ୍ଧୁ ବରିହା (୪୫)ଙ୍କୁ ଆକ୍ରମଣ ଓ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡକୁ ସିମେଣ୍ଟ ବିଦ୍ୟୁତ୍‌ ଖୁଣ୍ଟରେ ପିଟି ଦେବାରୁ ସେ ଗୁରୁତର ଆହତ ହୋଇ ପ୍ରଥମେ ଡଭା ଓ ପରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ପୁଲିସ ସୂଚନା ଅନୁଯାୟୀ,ଗତ ୧ ତାରିଖରେ ଘରକୁ ଘର ସର୍ଭେ କରୁଥିବା ବେଳେ ରାଜେଶ ସିଦାର (୩୨) ନିଜ ପତ୍ନୀଙ୍କ ନାମ ଭୋଟର ତାଲିକାରେ ପରିବର୍ତ୍ତନ ପାଇଁ ଚାପ ପକାଇଥିଲେ । ବିଏଲ୍‌ଓ ଅସମର୍ଥତା ପ୍ରକାଶ କରିବାରୁ ରାଜେଶ ଓ ଛତିଶଗଡ଼ର କିଶୋର କୁମାର ବରିହା (୩୦) ତାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ମୁଣ୍ଡ ପିଟି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି । ଏନେଇ ଝାରବନ୍ଧ ଥାନାରେ କେସ୍‌ ନଂ ୧୬୮/୨୬ରେ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି । ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଝାରବନ୍ଧ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.