ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଧାମରା କଇଥଖୋଲା ବଜାରରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉ । ତେବେ ଏହି ଚଢାଉରେ ଲକ୍ଷାଧିକ ଟଙ୍କାର କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ସୂଚନା । ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା କଇଥଖୋଲା ବଜାରରେ ଥିବା ଖଲିଲ ଅଲ୍ଲି ଖାଁକ କାଠ ଦୋକାନରେ ବିପୁଳ ପରିମାଣର ଚୋରା କାଠ ଜମା ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ବନବିଭାଗ । ପଶ୍ଚିମବଙ୍ଗର କୋଲକାତା ଏବଂ କାନ୍ଥିରୁ ଏଠାକୁ ଯାତ୍ରୀବାହୀ ବସ୍‌ ଯୋଗେ କାଠ ଆସୁଥିବାର ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି ବନବିଭାଗ ଓ ଭିଜିଲାନ୍ସ ଟିମ୍‌ ମିଳିତ ଭାବେ ଚଢାଉ କରିଥୁଲେ ।

Leave A Reply

Your email address will not be published.