csstore

ବାସନ୍ତୀ କଲୋନୀ ଏବିସି ଦୁର୍ଗାପୂଜା କମିଟି ଗଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ସ୍ଥିତ ଏବିସି ବ୍ଲକ ଦୁର୍ଗାପୂଜା ପରିଚାଳନା ସମିତିର ଆସନ୍ତା ଦୁଇ ବର୍ଷ (୨୦୨୩-୨୫)ପାଇଁ କମିଟିର ପୁନର୍ଗଠନ କରାଯାଇଛି । ବରିଷ୍ଠ କର୍ମକର୍ତ୍ତା ଶୈବାଳ ସେନ୍‌ଙ୍କ ଅଧ୍ୟକ୍ଷତା ଓ ସ୍ୱପନ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏକ ବୈଠକରେ ପୁରାତନ ଓ ନୂତନ କର୍ମକର୍ତ୍ତାମାନେ ମିଳିତ ଭାବେ ଉପସ୍ଥିତ ହୋଇ ଆସନ୍ତା ଦୁଇବର୍ଷ ପାଇଁ କମିଟି ଗଠନ କରିଥିଲେ । ସର୍ବସମ୍ମତି କ୍ରମେ ସ୍ଥିରୀକୃତ ହୋଇଥିବା କମିଟିର କାର୍ଯ୍ୟକର୍ତ୍ତାମାନେ ହେଲେ ସଭାପତି ଭାବେ ଶୈବାଲ ସେନ, କାର୍ଯ୍ୟକାରୀ ସଭାପତି ଭାବେ ସ୍ବପନ ପଣ୍ଡା, ଉପ-ସଭାପତି ଭାବେ ଯଥାକ୍ରମେ ସୁରତ ନାୟକ, ଜନରଞ୍ଜନ ମିଶ୍ର, ରାଧାନାଥ ରାଉତ, ଅନିଲ ପଣ୍ଡା, ଶ୍ୟାମଳ ବାରିକ, ସାଧାରଣ ସଂପାଦକ ଭାବେ କେଦାର ନାୟକ, ସହ ସଂପାଦକ ଭାବେ ସୁଧାଂଶୁ ପଣ୍ଡା, କୋଷାଧ୍ୟକ୍ଷ ଭାବେ ମାନସ ପଟ୍ଟନାୟକ, ସାଂଗଠନିକ ସଂପାଦକ ଭାବେ ଦୁର୍ଗା ମହାନ୍ତି ଓ ସାଂସ୍କୃତିକ ସଂପାଦକ ଭାବେ ରାଜକିଶୋର ନାୟକ ପ୍ରମୁଖଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.