pakka

ବଜ୍ରାଘାତରେ ମହିଳା ମୃତ

bbehera

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆଜି ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ମଧ୍ୟପୁର ଗ୍ରାମ ପଞ୍ଚାୟତର କଟାପାଲି ଗ୍ରାମର ତିନି ଜଣ ମିଶି ନିଜ ବିଲକୁ ଚାଷ କାମ କରିବା ପାଇଁ ଯାଇଥିଲେ । ସେଠାରୁ ଫେରୁଥିବା ସମୟରେ ହଠାତ୍‌ ଘଡ଼ଘଡି ହେବା ସହ ବଜ୍ରାଘାତ ହୋଇଥିଲା । ଫଳରେ ପୂର୍ଣ୍ଣମୀ ବାଗଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ସ୍ୱାମୀ ମହେନ୍ଦ୍ର ବାଗ ଓ ପରିବାର ଲୋକେ ବେଲପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୂର୍ଣ୍ଣମୀଙ୍କୁ ଆଣିଥିଲେ । କିନ୍ତୁ ଡାକ୍ତର ପୂର୍ଣ୍ଣମୀ ବାଗଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଦୁଇ ଛୋଟ ଛୋଟ ପିଲା ଅଛନ୍ତି । ତାଙ୍କର ମୃତ୍ୟୁ ହେବା ପରେ ପରିବାର ବର୍ଗ ଏବେ ଭାଙ୍ଗି ପଡିଛନ୍ତି । ତାଙ୍କୁ ତୁରନ୍ତ ସରକାରଙ୍କ ଯୋଜନାରୁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ମୃତ ମହିଳାଙ୍କ ସ୍ୱାମୀ ଓ ଗ୍ରାମ ପଞ୍ଚାୟତର ସରପଞ୍ଚ ରାମ ଗୋପାଳ ନାଏକ ।

jay balangir
Leave A Reply

Your email address will not be published.

eleven − six =

error: Content is protected !!