jsm

ଗତ ୨୪ ଘଂଟାରେ ୪୮୨୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

csstore

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୪୮୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୪୪୮ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୦୫୬୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୨୩ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୦୦୬ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୬୯, ବାଲେଶ୍ୱରରୁ ୨୧୦, ବରଗଡରୁ ୮୪, ଭଦ୍ରକ ୬୯, ବଲାଙ୍ଗିରରୁ ୧୦୪, ବୌଦ୍ଧରୁ ୬, କଟକରୁ ୪୦୧, ଦେବଗଡରୁ ୧୯, ଢେଙ୍କାନାଳରୁ ୨୩, ଗଜପତିରୁ ୩୨, ଗଞ୍ଜାମରୁ ୪୯, ଜଗତସିଂହପୁରରୁ ୪୬, ଯାଜପୁରରୁ ୬୬, ଝାରସୁଗୁଡାରୁ ୧୮୯, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୮, କେନ୍ଦ୍ରାପଡାରୁ ୨୪, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୯୩୩, କୋରାପୁଟରୁ ୭୭, ମାଳକାନଗିରିରୁ ୧୧, ମୟୁରଭଞ୍ଜରୁ ୧୬୨, ନବରଙ୍ଗପୁରରୁ ୮୫, ନୟାଗଡରୁ ୨୪, ନୂଆପଡାରୁ ୫୧, ପୁରୀରୁ ୧୩୦, ରାୟଗଡାରୁ ୮୨, ସମ୍ବଲପୁରରୁ ୬୪୪, ସୁବର୍ଣ୍ଣପୁରରୁ ୩୨, ସୁନ୍ଦରଗଡରୁ ୮୬୯ ଓ ଷ୍ଟେଟ ପୁଲ୍‌ରୁ ୨୧୯ ଚିହ୍ନଟ ହୋଇଛନ୍ତି ।

yuvodaya
Leave A Reply

Your email address will not be published.