jayashree

“ବେଦ ପାଠର ମାହାତ୍ମ୍ୟ”

ରାଉରକେଲା, (ସସ୍ମିତା ପ୍ରଧାନ) : ଡିଏଭି ପବ୍ଲିକ ସ୍କୁଲରେ ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋଙ୍କ ଅଦ୍ଧକ୍ଷତାରେ ବେଦ ସପ୍ତାହ ସହିତ ଶ୍ରାବଣୀ ଉତ୍ସବ ପାଳିତ ହୋଇଯାଇଛି । ବୈଦିକ ବିଚାର ଧାରାର ଅଗ୍ରଗତି ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବୈଦିକ ସଂସ୍କାର, ନୈତିକତା ତଥା ମୂଲ୍ୟବୋଧର ବିକାଶ ଥିଲା ଏହି କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସମସ୍ତ ବେଦମନ୍ତ୍ରକୁ ଉଚ୍ଚାରଣ କରି ଆହୁତି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ତଥା ସଂସ୍କୃତ ଭାଷାକୁ ସମ୍ମାନ ଜଣାଇ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ରଖାଯାଇଥିଲା । ସଂସ୍କୃତ ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକ ଏବଂ ସ୍ୟୁାଶା ସାହାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Leave A Reply

Your email address will not be published.