
- “ପ୍ରକୃତ ମାର୍ଗଦର୍ଶକ”
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀକଲୋନୀ ସ୍ଥିତ ଡ. ଏ. ଏନ. କେ ଡିଏଭି ପବ୍ଲିକ ସ୍କୁଲ ଠାରେ ଅତ୍ୟନ୍ତ ଆଡମ୍ବର ସହିତ ଗୁରୁଦିବସ ପାଳିତ ହୋଇଯାଇଛି । ସର୍ବପ୍ରଥମେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ସମୀର କୁମାର କାନୁନଗୋ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ତଥା ଗୁରୁଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସଭାରମ୍ଭ କରିଥିଲେ । ଡ. କାନୁନଗୋ ନିଜ ବକ୍ତବ୍ୟରେ ଗୁରୁ ଶିଷ୍ୟ ମଧ୍ୟରେ ପବିତ୍ର ସମ୍ପର୍କର ପରିଭାଷାକୁ ଅବଗତ କରାଇବା ମୁହୂର୍ତ୍ତରେ ଦୁଇଟି ଗୁରୁମନ୍ତ୍ର ଦେଇଥିଲେ । ପ୍ରଥମ ମନ୍ତ୍ରଟି ହେଉଛି, ଜୀବନ ଗଠନରେ ପିତାମାତାଙ୍କ ଅବଦାନ ଅତୁଳନୀୟ, ନିଜ ପିତାଙ୍କର ଏକ ସୁନ୍ଦର ଉଦାହରଣ ଦେଇ ସେ ପ୍ରତିପାଦନ କରିଥିଲେ ଯେ, ଗୁରୁ କୌଣସି କାରଣ ବଶତଃ ଉତ୍ତର ଖାତାରେ ମୂଲ୍ୟାଙ୍କନ କଲାବେଳେ ଏଡ଼େଇ ଦେଇପାରନ୍ତି ହେଲେ ଅଭିଭାବକ ନିଜ ସନ୍ତାନର ଜୀବନ ଗଠନର ମୂଲ୍ୟାଙ୍କନ କରିଥାନ୍ତି ତେଣୁ ସେମାନେ ପ୍ରତିଟି ମୁହୂର୍ତ୍ତରେ ନିଜ ସନ୍ତାନ ପ୍ରତି ସଜାଗ ରୁହନ୍ତି, ତେଣୁ ପିତାମାତା ହିଁ ପ୍ରଥମ ଗୁରୁ । ଦ୍ୱିତୀୟରେ ଅବଦୁଲ କଲାମଙ୍କ ବକ୍ତୃତାକୁ ନେଇ ଏକ ସୁନ୍ଦର ମତ ଟିଏ ରଖିଥିଲେ ଯେ, ଛାତ୍ରଟିଏ ଯାହାଦ୍ୱାରା ଅନୁପ୍ରାଣିତ ହୋଇ ଆଗକୁ ବଢିଥାଏ ସିଏ ହିଁ ତାର ପଥ ପ୍ରଦର୍ଶକ ଓ ଶ୍ରେଷ୍ଠ ଗୁରୁ ସାଜିଥାଏ । ପରେ ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହୋଇ ସଭା ସମାପ୍ତ ହୋଇଥିଲା ।