pakka

ଅଙ୍ଗନବାଡି କର୍ମୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତା ଅଭିଯୋଗ

kalikesh

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଛଡେଇଗାଁ ପଞ୍ଚାୟତ ଟୁକୁର୍ଲ୍ଲା ଗ୍ରାମରେ ଥିବା ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମଚାରୀ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଟୁକୁର୍ଲ୍ଲା ଗ୍ରାମର ମହିଳା ।

ସୂଚନା ମୁତାବକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ, ଭଟଲି ବରଗଡ଼ଙ୍କ ପତ୍ର ସଂଖ୍ୟା ୪୧୫/୦୨.୦୮.୨୦୨୧ ମାଧ୍ୟମରେ ସର୍ବ ସାଧାରଣଙ୍କ ଅବଗତି ନିମନ୍ତେ ଏକ ବିଜ୍ଞାପନ ମାଧ୍ୟମରେ ଟୁକୁର୍ଲ୍ଲା ଗ୍ରାମରେ ଥିବା ଚାରିଗୋଟି ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା । ଇଛୁକ ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ୩/୦୮/୨୦୨୧ରୁ ୧୭/୦୮/୨୧ ସମୟ ମଧ୍ୟରେ ଆବେଦନ କରିବା ପାଇଁ ଉକ୍ତ ପତ୍ରରେ ଦର୍ଶାଯାଇଥିଲା, ଯାହା ଟୁକୁର୍ଲ୍ଲା ଠାରେ ଥିବା ଦ୍ବିତୀୟ ଅଙ୍ଗନବାଡି କେନ୍ଦ୍ର ପାଇଁ ଦଶ ଜଣ ଇଛୁକ ପ୍ରାର୍ଥୀ ଆବେଦନ କରିଥିଲେ । ମାତ୍ର ଗତ ୨୫/୦୮/୨୦୨୧ ମଧ୍ୟାହ୍ନ ୨ଟା ସମୟରେ ପୁନଃ ଏକ ବିଜ୍ଞପ୍ତି ମାଧ୍ୟମରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ୟ୍ୟାଳୟ, ଭଟଲି ତରଫରୁ ପତ୍ର ସଂଖ୍ୟା ୪୭୧ ମାଧ୍ୟମରେ କେବଳ ଚାରି ଜଣଙ୍କୁ ଉପସ୍ଥିତ ଦର୍ଶାଇ ଅନ୍ୟ ସମସ୍ତଙ୍କୁ ଅନୁପସ୍ଥିତ ଥିବା ଉଲ୍ଲେଖ କରାଯାଇଛି । ଯାହା ଖବର ପାଇ ତାର ପରଦିନ ଅର୍ଥାତ ୨୬/୦୮ରେ ଅନ୍ୟ ସମସ୍ତ ପ୍ରାର୍ଥୀ ଭଟଲି ସିଡିପିଓଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ଏକ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ସିଡିପିଓ ସୁରମା ବିଶି କହିଥିଲେ ଯେ, ଏ ବିଷୟରେ ସେ କିଛି ଜାଣି ନାହାନ୍ତି, ତାଙ୍କର ଚ୍ୟାରମେନ ଅତିରିକ୍ତ ଜିଲ୍ଳାପାଳ ହୋଇଥିବାରୁ ତାଙ୍କର ନିର୍ଦେଶ ମୁତାବକ କାମ କରିଥିବା ସେ ପ୍ରକାଶ କରିଥିଲେ । ଆଉ ଅଧିକ କହି ପାରିବେ ନାହିଁ ବୋଲି ସେ ପ୍ରକାଶ କରିଥିଲେ । ପରେ କୌଣସି ଉପାୟ ନପାଇଁ ଆଜି ଟୁକୁର୍ଲ୍ଲା ଗ୍ରାମର ତିନିଜଣ ଅଶାୟୀ ପ୍ରାର୍ଥୀ ରାଞ୍ଜୁଲତା ଭୁଏ, ରୀତା ବିଶ୍ୱାଳ ଓ ମହିମା ସାହୁ ପ୍ରମୁଖ ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନେ ଦାବୀ କରିଛନ୍ତି ଯେ, ଏପରି କାହାକୁ କିଛି ଖବର ନଦେଇ ଭିତିରିଆ ଭାବରେ ନିଯୁକ୍ତି ପ୍ରକ୍ରିୟାକୁ ଶେଷ କରିବା କେତେଦୂର ଠିକ ଅଟେ । ଏଣୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଭିତିହୀନ ଦର୍ଶାଇ ପୁନଃ ନିଯୁକ୍ତି ପ୍ରକ୍ରିୟାକୁ ଆରମ୍ଭ କରିବା ପାଇଁ ଦାବୀ କରିଥିଲେ ।

pp
Leave A Reply

Your email address will not be published.

1 × one =