csstore

ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀଙ୍କ ସଭାପତିତ୍ବରେ ବିଦ୍ୟାଳୟ ସ୍ତରୀୟ ଗୁରୁ ଦିବସ ପାଳନ କରାଯାଇଥିଲା । ଏଥିରେ ପ୍ରଧାନ ଶିକ୍ଷକ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପ ପୁଷ୍ପ ଅର୍ପଣ କରିଥିଲେ । କୋଭିଡ ନିୟମ ପାଳନ ମୁତାବକ ସାମାଜିକ ଦୂରତା ରକ୍ଷାକରି ଶିକ୍ଷକ ମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ନୁତନ ଭାବେ ସ୍କୁଲରେ ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥୀଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ତା (ପଦୋନ୍ନତି ପାଇଁ ପଞ୍ଚାୟତ ଉଛ ବିଦ୍ୟାଳୟ, ଜମଲା)ଙ୍କୁ ବିଦାୟକାଳୀନ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ,ସମ୍ମାନିତ ଅତିଥି ଭାବରେ ମୋ ସ୍କୁଲ ଅଭିଯାନ ସଭାପତି ଚନ୍ଦ୍ରଭାନୁ ପ୍ରଧାନ, ସ୍କୁଲ ପରିଚାଳନା କମିଟି ସଭାପତି ଋଷଭ ସାହୁ, ପ୍ରାକ୍ତନ ଶିକ୍ଷକ କାର୍ତ୍ତିକ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବିଦ୍ୟାଳୟରୁ ପଦୋନ୍ନତି ପାଇଁ ସୁନୀଲ କୁମାର ସିହ୍ନା ଓ ଶ୍ରୀ କ୍ଷୀରସିନ୍ଧୁ ସୁନା, ପଣ୍ଡାଙ୍କୁ କାର୍ୟ୍ୟ ଓ କର୍ତ୍ତବ୍ୟ ନିଷ୍ଠା ଉପରେ ଆଲୋକପାତ କରିଥିଲେ । ବିଦାୟୀ ଶିକ୍ଷକ ଶ୍ରୀ ପଣ୍ଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ରାଜେଶ କୁମାର ଖମାରୀ ସଭା ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ସମଗ୍ର କାର୍ୟ୍ୟକ୍ରମକୁ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.