ରୁଷରୁ ଅଶୋଧିତ ତୈଳ ଆମଦାନୀ ୫୦ ଗୁଣ ବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନିୟନ୍ତ୍ରଣରେ ସହାୟକ ହେବ
ନୂଆଦିଲ୍ଲୀ : ୟୁକ୍ରେନ ସହିତ ଯୁଦ୍ଧ ପରେ ଆମେରିକା-ୟୁରୋପ ସମେତ ସମସ୍ତ ଦେଶର ପ୍ରତିବଂଧକକୁ ସାମ୍ନା କରୁଥିବା ରୁଷ ଅଶୋଧିତ ତୈଳ ଶସ୍ତା ମୂଲ୍ୟରେ ଭାରତକୁ ବିକ୍ରୟ କରିବାକୁ ପ୍ରସ୍ତାବ ଦେଇଥିଲା । ତା’ପରେ ଭାରତୀୟ କମ୍ପାନୀମାନେ ମଧ୍ୟ ଏହି ସୁଯୋଗ ନେଇଥିଲେ । ସୂଚନା ଅନୁସାରେ ମାତ୍ର ତିନିମାସ ମଧ୍ୟରେ ରୁଷରୁ ଅଶୋଧିତ ତୈଳ ଆମଦାନୀ ୫୦ ଗୁଣ ବୃଦ୍ଧି ପାଇଛି । ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଭାରତର ମୋଟ ତୈଳ ଆମଦାନୀରେ ରୁଷର ଅଂଶ ମାତ୍ର ୦.୨ ପ୍ରତିଶତ ଥିଲା । କିନ୍ତୁ, ବିଶ୍ୱ ବଜାରରେ ସଙ୍କଟ ପରେ ରୁଷ ଆମକୁ ଶସ୍ତା ମୂଲ୍ୟରେ ତୈଳ ପ୍ରଦାନ କରିବା ପରେ ଆମର ମୋଟ ଆମଦାନୀରେ ଏହାର ଅଂଶ ୧୦ ପ୍ରତିଶତକୁ ବୃଦ୍ଧି ପାଇଲା । ଏପ୍ରିଲରୁ ଏହା ୫୦ ଗୁଣ ବୃଦ୍ଧି ପାଇଛି ।