pakka

ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କୁ ଛୁରାମାଡ଼

bbehera

ବାଲିପାଟଣା : ବାଲିଅନ୍ତା ଥାନା କାକରୁଦ୍ରପୁରରେ ମୋବାଇଲ ଝାମ୍ପି ନେବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଯୁବକଙ୍କ ପେଟକୁ ଛୁରୀ ଭୁଷିଦେଲେ ଦୃର୍ବୃତ୍ତ । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଦୁର୍ବୃତ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି । ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତିର ବାଲିଅନ୍ତା ଥାନା କାକରୁଦ୍ରପୁରର ସିକୁନ୍ ପଣ୍ଡା ଗାଁ ପାଖ ଶଙ୍ଖରେ ବସି ମୋବାଇଲ୍ ଦେଖୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକ୍‌ରେ ଆସି ତାଙ୍କ ଠାରୁ ମୋବାଇଲ୍ ଛଡ଼ାଇଥିଲେ । ସିକୁନ୍ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଛୁରୀ ଭୁଷି ଦେଇଥିଲେ । ଏହି ସମୟରେ ପାଖରେ ଥିବା ଅନ୍ୟ ୨ ଜଣ ଯୁବକ ସେଠାରେ ପହଞ୍ଚିଯିବାରୁ ଲୁଟେରା ଦୁଇ ଜଣ ଫେରାର୍ ହେବାକୁ ବସିଥିଲେ । ତେବେ ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ବୃତ୍ତମାନଙ୍କୁ ଖୋଜାଖୋଜି କରିଥିଲେ । ଏହି ସମୟରେ ଦୁର୍ବୃତ୍ତମାନେ ଏକ କାର୍‌ରେ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି ।

ଅପର ପକ୍ଷରେ ଲୁଟେରାଙ୍କ ଛୁରା ମାଡ଼ରେ ସିକୁନ୍ ଗୁରୁତର ହୋଇଛନ୍ତି । ତାଙ୍କ ପେଟରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

jay balangir
Leave A Reply

Your email address will not be published.

five × four =

error: Content is protected !!