
- ଡ଼. ସୁଚିତ୍ରା ମହାନ୍ତିଙ୍କୁ ସାହିତ୍ୟ ସରସ୍ଵତୀ ସମ୍ମାନ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଡ. ସୁଚିତ୍ରା ମହାନ୍ତିଙ୍କ ସମାଲୋଚନା ମୂଳକ ପୁସ୍ତକ ସୃଜନ ବୀକ୍ଷା ଉନ୍ମୋଚିତ ହୋଇଯାଇଛି । ପାନପୋଷ ରୋଡ ସ୍ଥିତ ହୋଟେଲ କୌଶଲ୍ୟା ଠାରେ ଆୟୋଜିତ ଭୁବନେଶ୍ୱରର ଧାରା ଶ୍ରୀରାଧା ଟ୍ରଷ୍ଟ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଇତିହାସ ବିଭାଗର ପ୍ରାଧ୍ୟାପକ ଡ. ପ୍ରଭାତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲାବେଳେ ଶିକ୍ଷାବିତ୍ ତଥା ପ୍ରାକ୍ତନ ଅଧ୍ୟକ୍ଷ ଡ଼. ଦେବେନ୍ଦ୍ରନାଥ ବେହେରା, ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର, ପ୍ରକାଶକ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି, ଡ. ନଗେନ ଦାସ ମୁଖ୍ୟବକ୍ତା, କାର୍ଯ୍ୟକ୍ରମର ଆବାହକ ଘନଶ୍ୟାମ ମହାନ୍ତି ଓ ଲେଖିକା ଡ. ସୁଚିତ୍ରା ମହାନ୍ତି ମଞ୍ଚାସୀନ ରହି ପୁସ୍ତକର ଉନ୍ମୋଚନ କରିଥିଲେ । ସୁଶ୍ରୀ ମୋନାଲିସା ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଡ. ମଲ୍ଲିକ ତାଙ୍କ ବକ୍ତବ୍ୟରେ ବୀକ୍ଷାର ଅର୍ଥ ଶାଶ୍ୱତ ସମାଲୋଚନା, ପୁସ୍ତକ ହେଉଛି ସାମାଜିକ ସମ୍ପତ୍ତି ତଥା ଡ. ମହାନ୍ତିଙ୍କ ପ୍ରୟାସକୁ ସାଧୁବାଦ ଦେଇଥିଲେ । ସମ୍ମାନିତ ଅତିଥି ଶ୍ରୀ ବେହେରା, ଶ୍ରୀ ମହାପାତ୍ର ସେମାନଙ୍କ ଆଶ୍ରିବଚନରେ ଡ. ମହାନ୍ତିଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ମତ ରଖିଥିଲେ । ପ୍ରକାଶକ ଶ୍ରୀ ମହାପାତ୍ର ଏହା ଏକ ଉଚ୍ଚକୋଟୀର ପୁସ୍ତକ ବୋଲି ମତ ରଖିବା ସହ ଆଗାମୀ ଦିନରେ ଏହିପରି ଅଧିକ ପୁସ୍ତକ ରଚନା ହେବା ଦରକାର ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଡ. ଦାସ ପୁସ୍ତକଟିକୁ ସମୀକ୍ଷା କରି କହିଲେ ଯେ, ଏଥିରେ ପ୍ରକାଶିତ ସମସ୍ତ ବିଷୟ ପଠନଯୋଗ୍ୟ ଓ ଶିକ୍ଷଣୀୟ । ଏକ ସମାଲୋଚନା ମୂଳକ ସାହିତ୍ୟ ଭାବେ ଏହା ସମସ୍ତଙ୍କ ମଧ୍ୟରେ ସ୍ୱୀକୃତି ଲାଭ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଉପାଦେୟ ହେବ । ସାହିତ୍ୟର ବିଭିନ୍ନ ଦିଗକୁ ନେଇ ଏହା ଗତିଶୀଳ ହୋଇଥିବା ବେଳେ ମାଟି ମନସ୍କ ଭାବ ଓ ସମୀକ୍ଷା ଶାସ୍ତ୍ର ଲେଖିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଲେଖିକା ଡ. ମହାନ୍ତି ପୁସ୍ତକ ସମ୍ପର୍କରେ ନିଜର ଅଭିଜ୍ଞତାକୁ ବାଣ୍ଟିଥିଲା ବେଳେ ଆବାହକ ଘନଶ୍ୟାମ ମହାନ୍ତି ପ୍ରାରମ୍ଭରେ ସ୍ୱାଗତ ଭାଷଣ ରଖିଥିଲେ । ଏହି ଅବସରରେ ଧାରା ଶ୍ରୀରାଧା ଟ୍ରଷ୍ଟ ଭୁବନେଶ୍ୱର ତରଫରୁ ଡ. ମହାନ୍ତିଙ୍କୁ ସାହିତ୍ୟ ସରସ୍ଵତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀ, ଡାକ୍ତର ଗୀତାଞ୍ଜଳି ପତ୍ରୀ, ଶିକ୍ଷାବିତ ରଶ୍ମିବାଳା ରାଉତରାୟ, ଡ. ବିଶ୍ୱନାଥ ପରିଜା, ଅଧ୍ୟାପିକା କ୍ଷୀରେଶ୍ୱରୀ କିଷାନ, ଡ. ରାଜେନ୍ଦ୍ର ପଣ୍ଡା, ଶୁଭମ୍ ଭୋଇ, ଡାକ୍ତର ସୁଶାନ୍ତ ଦାସ, ଦୁଷ୍ମନ୍ତ ସାମଲ ପ୍ରମୁଖ ପୁସ୍ତକ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶେଷରେ କବି କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, କରୁଣାକର ପାଟ୍ଟଶାଣୀ, ତ୍ରିନାଥ ଜେନା, ରାଜୀବ ପାଣି, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡ. ମୁନିନ୍ଦ୍ର ମହାଳିକ, ଡ. ସୁମନ ଦତ୍ତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, କାହ୍ନୁଚରଣ ରାଉତ, କୌଶଲ୍ୟା ରାଉତ, ସୁନିଲ ମହାନ୍ତି, ସଚିଂତା ବେହେରା, ଅଭିଜିତ ଜେନା, ଅକ୍ଷୟ ଦାସ, କିରଣବାଳା ମହାନ୍ତି, ସୂର୍ଯ୍ୟକାନ୍ତ ମହାନ୍ତି, ଜୟଶ୍ରୀ ମହାନ୍ତି, ସୁଶାନ୍ତ ନାୟକ, ଚିନ୍ମୟୀ ପୁରୋହିତ, ରଶ୍ମିତା ନାଥ, ବିଶ୍ୱରଂଜନ ଦାସ, ଅକ୍ଷୟ ସାମଲ, ଗୀତାଞ୍ଜଳି ସାମନ୍ତରାୟ, ଚିତ୍ତରଞ୍ଜନ ନନ୍ଦ, ଅସିତ ରାୟ, ବିକ୍ରମ ମଲ୍ଲିକଙ୍କ ସହ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସୌମ୍ୟରଞ୍ଜନ ମହାନ୍ତି ଏକ ନୃତ୍ୟ ପରିବେଷଣ ଓ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରୀତି, ମହେଶ୍ୱେତା, ଯଶୋଦା, ପୂଜା, ଶୁଭଦ୍ରା, ଭାଗ୍ୟଶ୍ରୀ, ସୋନାଲୀ,ସୂଚୀ, ରଶ୍ମି, ରୋହିତ, ତନ୍ମୟ, ଜଗନ୍ନାଥ, ସୁନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।