jayashree

ଜଙ୍ଗଲରୁ ମିଳିଲା ମଣିଷର କଙ୍କାଳ, ହତ୍ୟା ସନ୍ଦେହରେ ଉତ୍ତେଜନା

ଯାଜପୁର : ନଦୀପଠା ନିକଟ ଜଙ୍ଗଲରୁ ମିଳିଲା ମଣିଷର ହାଡ଼କଙ୍କାଳ। ଏହାକୁ ନେଇ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଆଉଁରୀ ପଞ୍ଚାୟତର ମାଟିଆକଣ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ଗାଁ ନିକଟ ଜୁଣେଇ ନଦୀପଠାକୁ ଲାଗିଥିବା ଏକ ଜଙ୍ଗଲରୁ ଏହି କଙ୍କାଳ ଉଦ୍ଧାର ହୋଇଛି। ଖବର ପାଇ ଅଳକୁଣ୍ଡ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଗ୍ରାମବାସୀ ପୁଲିସକୁ ଅଟକ ରଖିଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁର ୨୨ ବର୍ଷୀୟ ରାମେଶ ମଲିକ ଓରଫ ଗୁଲୁ ଗତ ୪ ମାସ ଧରି ନିଖୋଜ ଅଛନ୍ତି। ତାଙ୍କ ନିଖୋଜ ସମ୍ପର୍କରେ ପରିବାର ଲୋକେ ଅଳକୁଣ୍ଡ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଉପଯୁକ୍ତ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ, ଜଙ୍ଗଲରୁ ମିଳିଥିବା କଙ୍କାଳ ନିକଟରେ ଥିବା ପୋଷାକ, ବେଲ୍ଟ ଓ ଜୋତାକୁ ଆଧାର କରି ଏହା ନିଖୋଜ ରାମେଶଙ୍କର ବୋଲି ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ରାମେଶଙ୍କୁ ହତ୍ୟା କରାଯାଇଥିବା ମଧ୍ୟ ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ କଙ୍କାଳଟି କାହାର ଏବଂ ଏହା ପଛରେ କୌଣସି ଅପରାଧିକ ଘଟଣା ରହିଛି କି ନାହିଁ, ତାହା ଫରେନସିକ୍ ଯାଞ୍ଚ ଓ ପୁଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗିରହିଛି।

Leave A Reply

Your email address will not be published.