ଭାରତୀୟ ଗୁପ୍ତଚର ଏଜେନ୍ସି ଆର୍‌ଏଡବ୍ଲ୍ୟୁ ପାକିସ୍ତାନର ନେତାଙ୍କ ଉପରେ ଘାତକ ଆକ୍ରମଣ କରିପାରେ : ପାକିସ୍ତାନୀ ରେଳ ମନ୍ତ୍ରୀ ଶେଖ ରସିଦ

ଇସଲାମାବାଦ : ଭାରତୀୟ ଗୁପ୍ତଚର ଏଜେନ୍ସି ଆର୍‌ଏଡବ୍ଲ୍ୟୁ ପାକିସ୍ତାନର ନେତାଙ୍କ ଉପରେ ଘାତକ ଆକ୍ରମଣ କରିପାରେ ବୋଲି ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ ଦାବୀ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନକୁ ଭିତରୁ ଅସ୍ଥିର କରିବା ପାଇଁ ଆର୍‌ଏଡବ୍ଲ୍ୟୁ ଏହାର କାର୍ଯ୍ୟ ଆରମ୍ଭ କରିଛି । ତେଣୁ ପାକିସ୍ତାନର ନେତାମାନେ ନିଜେ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ୍‌ । ତାଙ୍କୁ ମଧ୍ୟ ତିନି ଥର ଆକ୍ରମଣ କରାଯାଇଛି ବୋଲି ରସିଦ ଦାବୀ କରିଛନ୍ତି ।

ରସିଦ କହିଛନ୍ତି ଯେ, ଆର୍‌ଏଡବ୍ଲ୍ୟୁ ଯେ କୌଣସି ବଡ ପାକିସ୍ତାନୀ ନେତାଙ୍କୁ କ୍ଷତି ପହଂଚାଇପାରେ । ରସିଦଙ୍କ ବିବୃତ୍ତି ଏପରି ଏକ ସମୟରେ ଆସିଛି, ଯେତେବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେଶି ଏବଂ ସେନା ମୁଖପାତ୍ର ଭାରତକୁ ବାଲୁଚିସ୍ତାନରେ ଆତଙ୍କବାଦ ବିସ୍ତାର କରିଥିବା ଅଭିଯୋଗ କରିଛନ୍ତି । କୁରେଶି ଦାବୀ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିର୍ଦ୍ଦେଶରେ ଭାରତୀୟ ଗୁପ୍ତଚର ସଂସ୍ଥା ଆର୍‌ଏଡବ୍ଲ୍ୟୁ ୮୦ ବିଲିୟନ ଟଙ୍କା ଦେଇଛି ଏବଂ ଚୀନ୍‌ର ଡ୍ରିମ୍‌ ପ୍ରୋଜେକ୍ଟ ଚାଇନା-ପାକିସ୍ତାନ ଫାଇନାନ୍‌ସିଆଲ କରିଡରକୁ ଧ୍ୱଂସ କରିବାକୁ ୭୦୦ ଆତଙ୍କବାଦୀ ପ୍ରସ୍ତୁତ କରିଛି ।

Leave A Reply

Your email address will not be published.