
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ବୋଲବମ୍ କାଉଡ଼ିଆମାନେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ଜଳ ଢାଳିବା ପାଇଁ ଟିଟିଲାଗଡକୁ ଆସିଥାନ୍ତି । ତେବେ ଏହି ସମୟରେ ସେମାନଙ୍କୁ ଦୀର୍ଘ ୨୯ ବର୍ଷ ଟିଟିଲାଗଡ ଅଗ୍ରୱାଲ ସେବା ସମିତି ପକ୍ଷରୁ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ବୋଲବମ୍ ଭକ୍ତମାନଙ୍କ ପାଇଁ ରହଣିର ବ୍ୟବସ୍ଥା ସହ ସମସ୍ତଙ୍କୁ ଅର୍ଣ୍ଣ ପ୍ରସାଦ ବଣ୍ଟନର ବ୍ୟବସ୍ଥା କରାଯାଇଛି । ଯାହାକି ଶିବ ଭକ୍ତଙ୍କ ମନରେ ଅତି ଆନନ୍ଦ ଦେଖିବାକୁ ମିଳିଥିଲା । ତେବେ ଆଜିର ଏହି ସେବା ପ୍ରଦାନ କରିବା ପାଇଁ ଶମ୍ଭୁ ପ୍ରସାଦ ଗୋଏଲଙ୍କ ପରିବାର ତରଫରୁ ସ୍ୱର୍ଗତ ରାମ ବିଳାସ ଗୋଏଲଙ୍କ ସ୍ମୃତିରେ ଦେବା ପାଇଁ ସ୍ଥିର କରିଥିଲେ । ସନ୍ଧ୍ୟାରେ ଗୋଏଲ ପରିବାରର ପୁଅ, ବୋହୂ, ନାତି ନାତୁଣୀ ମାନଙ୍କ ସହିତ ଅଗ୍ରୱାଲ ସେବା ସମିତିର ସଭାପତି ବିନୋଦ ମରୋଡିଆ, ସମ୍ପାଦକ ଆଶିଷ ଅଗ୍ରୱାଲ, କୋଷାଧ୍ୟକ୍ଷ ରାଜେଶ ଅଗ୍ରୱାଲ, ପ୍ରକାଶ ଅଗ୍ରୱାଲ, ସମିତିର ବରିଷ୍ଠ ସଦସ୍ୟ ସତ୍ୟ ନାରାୟଣ ଗୁପ୍ତା, ଦଶରଥ ବଂଶଲ, ଓମ୍ ପ୍ରକାଶ କନୋଡ଼ିଆ, ରମେଶ କାନୋଡ଼ିଆ, ପଙ୍କଜ ବିର୍ମିୱାଲ୍, ଗୋଲୁ ଅଗ୍ରୱାଲ, ଗଣେଶ ବାବୁ ଅଗ୍ରୱାଲ ଏହି ସେବା କାର୍ଯ୍ୟ କରିବା ପାଇଁ ସହଯୋଗ କରିଥିଲେ । ଜିତେନ୍ଦ୍ର ଦାଶ, ଏମ୍ ମାରୁ, ସମାଜସେବୀ ଗୀତାଞ୍ଜଳି ଦାସ, ଶଙ୍କର ରାଓ, ଅଶୋକ ଜୈନ ପ୍ରମୁଖ ବଣ୍ଟନ ସହ ପରିଚାଳନା କରିବାରେ ସହଯୋଗ କରିଥିଲେ ।