ସଇଁତଲା, (ଖୁସିରାନୀ ସାହୁ) : ରାଜ୍ୟ ସରକାର ରାଜ୍ୟର ୧୨ଟି ସ୍ଥାନକୁ ଏନ୍ଏସି କରିବା ପାଇଁ ଘୋଷଣା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲାକୁ ଦୀର୍ଘଦିନରୁ ଏନ୍ଏସି ମାନ୍ୟତା ଦାବି ହେଉଥିବା ବେଳେ ସଇଁତଲା ଏନ୍ଏସିରୁ ବାଦ ପଡ଼ିଛି । ତେବେ ଏନେଇ ସଇଁତଲା ସରପଞ୍ଚ ସୁବ୍ରତ ନାଗଙ୍କ ନେତୃତ୍ୱରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ କରି ଯଦି ଆଗାମୀ ପର୍ଯ୍ୟାୟରେ ସରକାର ସଇଁତଲାକୁ ଏନ୍ଏସିରେ ସାମିଲ ନ କରିଛନ୍ତି ସଇଁତଲାକୁ ବନ୍ଦ କରିବା ସହ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ସଇଁତଲା ସରପଞ୍ଚ ଚେତାବନୀ ଦେଇଛନ୍ତି ।