jsm

ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ : ରାଧା କୃଷ୍ଣ ପ୍ରେମରସରେ ନାଚିଲେ ଭକ୍ତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବୈସ୍ନୋଦେବୀ ରାଇସମିଳ ପରିସରରେ ଚାରିଦିନ ଧରି ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ବୁଧବାର ଉଦଯାପିତ ହୋଇଯାଇଛି । ରବିବାର କଳସଯାତ୍ରାରେ ଶତାଧିକ ମହିଳାମାନେ ପାଇକମାଲ ସ୍ଥିତ ଶିବ ମନ୍ଦିର ନିକଟ ଝରଣାରୁ ପବିତ୍ର ଜଳ ୧୦୮ କଲସିରେ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ । ସେହିଲଗ୍ନ ସମୟରୁ ଦିବାରାତ୍ର ଚାଲିଥିଲା ହରେ କୃଷ୍ଣ ମହାମନ୍ତ୍ର । କର୍ତ୍ତା ଭାବରେ ମହେଶ ଅଗ୍ରୱାଲ ଓ ତାଙ୍କର ଧର୍ମପତ୍ନୀ ଶଶୀ ଅଗ୍ରୱାଲ ଚାରିଦିନ ଯାକ ଯଜ୍ଞ ମଣ୍ଡପରେ ବସି ପୂଜା ପାଠ କରି ଯଜ୍ଞରେ ଆହୁତି ପ୍ରଦାନ ସହ ଦାନ ଦକ୍ଷିଣା ପ୍ରଦାନ କରିଥିଲେ । ଏଥିରେ ଯୁବରାଜ ପଣ୍ଡିତ ଓ ତାଙ୍କର ସାଥିମାନଙ୍କ ସହ ପଣ୍ଡିତ ପ୍ରେମାନନ୍ଦ ଦେବତା ପୂଜା ପାଠ, ହୋମ, ଯଜ୍ଞ, ରୀତି ନୀତିରେ କରି ଭକ୍ତମାନଙ୍କୁ ଭଗବାନଙ୍କୁ ଦର୍ଶନ କରାଉଥିଲେ । ଦୈନନନ୍ଦିନ ପ୍ରାୟ ୧୦ହଜାରରୁ ଉର୍ଦ୍ଧ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା ସୁରୁଖୁରୁରେ କରାଯାଉଥିଲା । ଏଥିରେ ସ୍ୱେଚ୍ଚାସେବୀ ଆଶୁତୋଷ ସାହୁ, ମନୀଷ ଅଗ୍ରୱାଲ, କ୍ରିଷ୍ଣା ଅଗ୍ରୱାଲ, ରମେଶ ଅଗ୍ରୱାଲ, ପୁସ୍ତମ ଅଗ୍ରୱାଲ, ଗୁଣ ନାଗ, ସୁଶାନ୍ତ ନାଗ, ରାକେଶ (ଗିଡଡୁ )ଅଗ୍ରୱାଲ, ଡା. କମଲେଶ ଅଗ୍ରୱାଲ ତଥା ପାଇକମାଲରେ ସ୍ୱେଚ୍ଚାସେବୀ, ମାରୱାଡି ଯୁବାମଞ୍ଚର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ । ପ୍ରକୃତି ବନ୍ଧୁ ବଡ ଶତପଥି ଦଶବର୍ଷ ପୂର୍ତ୍ତି ଯଜ୍ଞ ସ୍ମୃତି ପାଇଁ ଏକ ଜାମୁନ ଗଛ ପ୍ରଦାନ କରି ଉପଯୁକ୍ତ ସ୍ଥାନରେ ଲଗାଇ ଏହାର ଯତ୍ନ ନେବାପାଇଁ କର୍ତା ଦମ୍ପତିଙ୍କୁ ଉପଦେଶ ଦେଇ ଥିଲେ । ଚାରିଦିନ ଧରି ଏହି ଭକ୍ତି ପୂର୍ଣ୍ଣ ସମାବେଶରେ ୧୬ ଗୋଟି ବଛା ବଛା ସଂକୀର୍ତ୍ତନ୍ୟ ଦଳ ଭାଗ ନେଇ ଥିଲେ । ପୂଝ।ରୀଗୁଡା, ଦେଶାଇମୁଣ୍ଡା, ଗଠିଆପାଳି, ସର୍ଗିପାଲି, ଝାରସୁଗୁଡା, ଝାରବନ୍ଧ, ଓଡ଼ିଆପାଲି, ତାଂମିମୁଣ୍ଡା, କଟାପାଲି, କେଛୋମାଲ, ଘୁଚେପାଲି, ଅଏଲ ପୂର, ଶବରପଡା, ଡୁଙ୍ଗରିପାଲି, କ୍ରିଷ୍ଣା, ମସାନକୁଣ୍ଡା ପ୍ରମୁଖ ଗ୍ରାମରୁ ସଂକୀର୍ତ୍ତନ ଦଳ ଗୁଡିକ ଆସି ନାମ ଧରି ନାଚି ନାଚି ତାଙ୍କର ଭକ୍ତି ମୟ ଗୀତ ଗାଇ ଜନ ମାନସକୁ ବିମୋହିତ କରିଥିଲେ । ବୁଧବାର ଶେଷଦିନ ସଂକୀର୍ତ୍ତନ ବୈଠକି ରାତି ୧୦ ଟା ଯାଏଁ ଚାଲିଥିଲା ।

yuvodaya
Leave A Reply

Your email address will not be published.