‘ମୀରଜାପୁର’କୁ ନେଇ ବିବାଦ : ପ୍ରଯୋଜକଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ ଜାରି

ନୂଆଦିଲ୍ଲୀ : ‘ମିର୍ଜାପୁର’ ୱେବ ସିରିଜ ନିର୍ମାତା ଓ ଆମାଜନ ପ୍ରାଇମ ଭିଡିଓକୁ ନେଇ ବିବାଦ ସୃଷ୍ଟି ହୋଇଛି । ୱେବ ସିରିଜରେ ଉତ୍ତରପ୍ରଦେଶର ‘ମିର୍ଜାପୁର’ ଜିଲ୍ଲାର ଛବି ଭୁଲ ଦର୍ଶାଯାଇଥିବାର ଅଭିଯୋଗ କରି ସୁପ୍ରିମକୋର୍ଟରେ ଏକ ମାମଲା ଦାୟର ହୋଇଛି । ଏହାକୁ ନେଇ କୋର୍ଟ ଓଟିଟି ପ୍ଲାଟଫର୍ମ ଓ ୱେବ୍‌ସିରିଜର ପ୍ରଯୋଜକ ତଥା ଆମାଜନ୍‌ ପ୍ରାଇମ୍‌କୁ ନୋଟିସ ଜାରି କରିଛନ୍ତି । ମୀରଜାପୁର ନିର୍ବାଚନ ମଣ୍ଡଳୀରୁ ସାଂସଦ ତଥା ଅପନା ଦଳର ଅଧ୍ୟକ୍ଷା ଅନୁପ୍ରିୟା ପଟେଲ ମଧ୍ୟ ଏହି ୱେବ୍‌ସିରିଜର ଜୋରଦାର ବିରୋଧ କରିଛନ୍ତି । ମିର୍ଜାପୁରର ପ୍ରାୟ ୩୦ ଲକ୍ଷ ଲୋକ ଓ ସମୃଦ୍ଧ ସଂସ୍କୃତିର ଏହା ଅପମାନ ବୋଲି ଆବେଦନରେ ଦର୍ଶାଯାଇଛି । ସରକାରଙ୍କୁ କୌଣସି ସହରର ଐତିହାସିକ ଓ ସାଂସ୍କୃତିକ ମୂଲବୋଧର ଚିତ୍ରକୁ ଖରାପ ଚିତ୍ରଣ ଉପରେ ରୋକ ଲଗାଇବା ପାଇଁ ନିର୍ଦ୍ଦେଶନାମା କରିବା ଉଚିତ ।

Leave A Reply

Your email address will not be published.