କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଫରେଷ୍ଟ ରେଂଜ ଲର୍କି ସେକ୍ସନର ମହୁଲବାହାଲି ଛକ ନିକଟରେ ଗୁରବାର ରାତିରେ ଲକ୍ଷାଧିକ ଟଙ୍କାର ଖଇର କାଠ ବୋଝେଇ ପିକ ଅଫ ଭ୍ୟାନ ଜବତ କରିଛି ବନ ବିଭାଗ । ସୂଚନା ଅନୁସାରେ ଗୁରୁବାର ମଧ୍ୟ ରାତ୍ରୀରେ କଣ୍ଟାବାଞ୍ଜି ବନ ବିଭାଗଦ୍ୱାରା ପେଟ୍ରୋଲିଙ୍ଗ ବେଳେ ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପିକ ଅଫ ଭ୍ୟାନକୁ ଜବତ କରିଥିଲେ । ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର ଫେରାର ମାରିଥିବା ଜଣାପଡିଛି । ବନ ବିଭାଗ ଖଇର କାଠ ବୋଝେଇ ପିକ ଅଫ ଭ୍ୟାନକୁ କଣ୍ଟାବାଞ୍ଜି କାର୍ଯ୍ୟାଳୟକୁ ଆଣି ଅଧିକ ତଦନ୍ତ କରୁଛି । ଏହି ଚଢଉରେ ଫରେଷ୍ଟର ନାପ ହରପାଲ, ପରମାନ୍ନଦ ମାଝୀ, ପାରା ପ୍ରୋଟେକ୍ସନ ଫୋର୍ସ କେଶବ ନାଗ, କପିଲ ମାଝୀ, ଧନେଶ୍ୱର ମାଝୀ ସହ ଅନ୍ୟମାନେ ସାମିଲ ଥିଲେ । ଏହି ଖବର ଲେଖିବା ମଧ୍ୟରେ ବନ ବିଭାଗ ତରଫରୁ ସଠିକ ତଥ୍ୟ ମିଳିପାରି ନାହିଁ ।
Next Post