oom

ଗମ୍ଭାରୀଗୁଡ଼ାରେ ବିଶ୍ୱ ନାଟ୍ୟ ଦିବସ ପାଳିତ

jsmm

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଅନ୍ତର୍ଗତ ଗମ୍ଭାରୀଗୁଡ଼ା ଗ୍ରାମରେ ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଇଛି । ଯୁବ କଳାକାର ଭୀଷ୍ମରାଜ ମେହେରଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ଏନେଇ ଆୟୋଜିତ ସଭାରେ ଗଦାଧର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ରାମଗଡ଼ ବିକାଶ କମିଟିର ସଭାପତି ରାହାସ ବିହାରୀ ମେହେର, ସ୍ୱତ୍ୱନ୍ତ୍ର ଅତିଥି ସଂସ୍କୃତ ଶିକ୍ଷକ ସନ୍ୟାସୀ ଦାସ, ସମ୍ମାନିତ ଅତିଥି ଅବସରପ୍ରାପ୍ତ ଏବିଇଓ ମୁକୁନ୍ଦ ମେହେର, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମେହେର ଯୋଗଦେଇଥିଲେ । ଏହି ଅବସରରେ ବିଶ୍ୱ ନାଟ୍ୟ ଦିବସର ମହତ୍ୱ ସହ ରାମଗଡ଼କୁ ପୁଣି ଆସିବେ ରାମ ଶୀର୍ଷକରେ ବକ୍ତାମାନେ ଆଲୋଚନା କରି କଳା ମାଧ୍ୟମରେ ହିଁ ସମାଜରେ ଶୃଙ୍ଖଳା ଆସିବ ବୋଲି ମତ ବ୍ୟକ୍ତ କରିଥିଲେ । ନାଟ୍ୟକାର ଭୀଷ୍ମରାଜ ମେହେରଙ୍କ ରଚିତ ସ୍କ୍ରିପ୍ଟ ଫେର୍ ରାମ ଆସ୍‌ବେକୁ ଅତିଥିମାନେ ଊନ୍ମୋଚନ କରିଥିଲେ । ପ୍ରାରମ୍ଭରେ ଟିକେରାମ୍‌ ମେହେର ଅତିଥିଙ୍କୁ ମଂଚକୁ ଆମଂତ୍ରଣ କରିଥିବା ବେଳେ ଝାଙ୍କର ସଦାନନ୍ଦ ଭୋଇଙ୍କ ଦ୍ୱାରା ପୂଜାପାଠ ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଘୁମୁରା ବାଦକ ଭୂପସିଙ୍ଗ ଭୋଇ ଓ ସାଥିଙ୍କୁ ମଂଚରେ ସମ୍ମାନିତ କରାଯାଇଥିଲ । ଗୁରୁ ଗଣେଶରାମ୍‌ ଖର୍ସେଲ, ଭବେଶ ମେହେର ନିଜ ମହିଳା ଦଳକୁ ନେଇ ସଂକୀର୍ତ୍ତନ ଓ ସୀମା ମେହେର ଏବଂ ଟେରେଶା ମେହେରଙ୍କ ଦ୍ୱାରା ନୃତ୍ୟାଭିନୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ଦେଖିବାକୁ ଅଂଚଳର ଶତାଧିକ କଳାପ୍ରେମୀ ବିଳମ୍ବିତ ରାତି ଯାଏଁ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.