jsm

ସରସ୍ଵତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କଥାରେ ଅଛି ଶିଶୁ ହସିଲେ ଦୁନିଆଁ ହସେ । ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ କଣାସ ହାଟ ଠାରେ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲରେ ସପ୍ତବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଛୋଟ ଛୋଟ କୁନି କୁନି ଛାତ୍ରଛାତ୍ରୀମାନେ ତାଙ୍କର ନାଚ, ଗୀତ ସହ ଭାଗ ନେଇଥିବା ପ୍ରତିଯୋଗିତା ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଡ଼ଃ ରମେଶ ଚନ୍ଦ୍ର ବେହେରା (ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ), ମୁଖ୍ୟବକ୍ତା ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା (ଶିକ୍ଷା ବିକାଶ ସମିତି, ଭୁବନେଶ୍ୱର), ମାଧବାନନ୍ଦ ରଣସିଂହ (ସଭାପତି), ପ୍ରଶାନ୍ତ କୁମାର ଭୋଳ (ସଂପାଦକ), ସୁବାସ ଚନ୍ଦ୍ର ପ୍ରଧାନ (ପ୍ରଧାନ ଆଚାର୍ଯ୍ୟ, ଶିଶୁ ମନ୍ଦିର) ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।

yuvodaya
Leave A Reply

Your email address will not be published.