ଚୌଦ୍ୱାର : ଚାରବାଟିଆ ହାଉସିଂ ବୋର୍ଡ଼ସ୍ଥିତ ଗାୟତ୍ରୀ ମନ୍ଦିର ପରିସରରେ ଏକ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଚଣ୍ଡୀଖୋଲସ୍ଥିତ ସାଇନେତ୍ର ଚକ୍ଷୁ ହସ୍ପିଟାଲ ଏବଂ ଚୌଦ୍ୱାର ଆନନ୍ଦମୟ ସଂଗଠନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରରେ ୧୭୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଔଷଧ ଓ ଚଷମା ପ୍ରଦାନ କରାଯାଇଥିଲା । ସେଥିମଧ୍ୟରୁ ୨୦ ଜଣଙ୍କ ଚକ୍ଷୁରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ସାଇନେତ୍ର ହସ୍ପିଟାଲକୁ ପଠାଯାଇଥିଲା । ସଂଗଠନର ସଭାପତି ଶୈଳେନ୍ଦ୍ର ମୁଖିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ ଉଦ୍ଘାଟନ କରିଥିଲେ । ସମାଜସେବୀ ସହଦେବ ବରାଳ, ଉପ ସଭାପତି ଆଦିକନ୍ଦ ମହାନ୍ତି, ବାସୁଦେବ ସାମଲ, ଚେରୁ ପ୍ରଧାନ, ଶରତ କୁମାର ଦାସ, ମନୋରଞ୍ଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
Prev Post