csstore

ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭାରତ ସ୍ଵାଧୀନତା ୭୫ତମ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ଅଗଷ୍ଟ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବାସୀ କିଭଳି ନିଜ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ପାରିବେ ସେ ସମ୍ପର୍କରେ ସଚେତନତା ବାର୍ତ୍ତା ଅଭିଯାନ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇଣ୍ଟେଲେକଚୁଆଲ କ୍ଲବ, ଘୋରଡିଆ ଓ ନେହୁରୁ ଯୁବ କେନ୍ଦ୍ର, ପୁରୀ ମିଳିତ ଆନୁକୂଲ୍ୟରେ ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ପ୍ରସାର ପ୍ରଚାର ନେଇ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକର ବିଭିନ୍ନ ପଞ୍ଚାୟତରେ ରାଲି, ଶୋଭାଯାତ୍ରା, ପଥପ୍ରାନ୍ତ ସଭା ମାଧ୍ୟମରେ ସାରା ଦେଶ ଆଜାଦି କା ଅମୃତ ମହତ୍ସୋବ ପାଳନ ଅବସରରେ ପ୍ରତ୍ୟେକ ଘରେ ଜାତୀୟ ପତକା ତ୍ରିରଙ୍ଗା ଉଡେଇବା ପାଇଁ ବାର୍ତ୍ତା ଦେବା ସହ ଡେଲାଙ୍ଗ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀମାନଙ୍କ ଉଦ୍ଦେଶ୍ୟରେ ତାଙ୍କ ନାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆଙ୍କ ତତ୍ଵାବଧାନରେ ଅନୁଷ୍ଠିତ ଏହି ମହାନ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷାବିତ୍‌ ଉଲ୍ଲାସ ପାଟଶାଣୀ, ସ୍ୱେଚ୍ଛାସେବୀ ବେଣୁଧର ମଙ୍ଗରାଜ, ସାମାଜିକ କର୍ମୀ ଦୁର୍ଗାପ୍ରସାଦ ସାହୁ, ନବକିଶୋର ପାତ୍ର, ପ୍ରଦୀପ ବେହେରା, କାଂହୁଚରଣ ସାହୁ, ରବୀନ୍ଦ୍ର କୁମାର ସାହୁ, ସୁଶାନ୍ତ ପୌଦାର, ରାମ ଚନ୍ଦ୍ର ପୃଷ୍ଟି, ପ୍ରକାଶ ସାହୁ, ଦେବରାଜ ବିଶ୍ୱାଳ, ଶ୍ରୀକାନ୍ତ ବୈରୀଗଞ୍ଜନ(ଟୁଲୁ), ରମେଶ ପାତ୍ର, ପ୍ରଶାନ୍ତ ପୌଦାର, ନିଳଇ ସାହୁ, ବ୍ରଜକିଶୋର ପାତାଲା ସିଂହ, ବାଇଧର ବରାଳ, ବାମଦେବ ଜେନା, ପ୍ରକାଶ ଦାଶ ପ୍ରମୁଖ ସମେତ ବହୁ ସମର୍ଥକ ଶୁଭେଚ୍ଛୁ ଅଂଶଗ୍ରହଣ କରିଥିଲେ । ଶେଷରେ ବେଣୁଧର ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.