jsm

ବନ୍ଧୁକରୁ ଗୁଳି ଫୁଟାଇ ମହିଳାଙ୍କ ଠାରୁ ସୁନାଚେନ୍‌ ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ

csstore

ଉଦଳା : ବନ୍ଧୁକରୁ ଗୁଳି ଫୁଟାଇ ମହିଳାଙ୍କ ଠାରୁ ସୁନାଚେନ୍‌ ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ । ଏହିପରି ଅଭାବନୀୟ ଘଟଣା ଘଟିଛି କପ୍ତିପଦା ଥାନା ମହୁଲଡିହା ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ କପ୍ତିପଦା ଥାନା ମହୁଲଡିହା ଗ୍ରାମର ପୁଷ୍ପିତା ପଣ୍ଡା ଏବଂ ତାଙ୍କ ଝିଅ ପ୍ରାଚୀପ୍ରଭା ପଣ୍ଡା ଝୀଙ୍କପଦା ଅଂଚଳରୁ କାମସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ବାଲେଶ୍ୱର ଗୋଲେଇଠାରୁ ମାତ୍ର କିଛି ଦୂରରେ ହଠାତ୍‌ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗାଡି ପଛରେ ବସିଥିବା ପୁଷ୍ପିତା ପଣ୍ଡାଙ୍କ ବେକରୁ ସୁନାଚେନ୍‌ ଲୁଟିବାକୁ ଉଦ୍ୟମ କରିଥିଲେ । ଏଥିରେ ଭାରସାମ୍ୟ ହରାଇ ପ୍ରାଚୀପ୍ରଭା ଏବଂ ପୁଷ୍ପିତା ଗାଡିରୁ ଖସିତଳେ ପଡିଯାଇଥିଲେ । ଜନଗହଳିପୂର୍ଣ୍ଣ ରାସ୍ତାରେ ହଠାତ୍‌ ଦୁଇ ଜଣ ତଳେ ପଡିବା ପରେ ବାଇକରେ ଥିବା ଦୁଇ ଦୁର୍ବୃତ୍ତ ବନ୍ଧୁକ ଖୋଲି ଦୁଇ ତିନି ରାଉଣ୍ଡ ଗୁଳି ଚଳାଇବା ସହିତ ମହିଳାଙ୍କ ବେକରୁ ସୁନାଚେନ୍‌ ଏବଂ ଉଭୟଙ୍କ ପାଖରେ ଥିବା ଦୁଇଟି ମୋବାଇଲ, ଟଙ୍କା ଲୁଟି ନେଇ ସେଠାରୁ ଚାଲିଯାଇଥିଲେ । ଏଥିରେ ପ୍ରାଚୀପ୍ରଭା ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ କପ୍ତିପଦା ପୋଲିସ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

yuvodaya
Leave A Reply

Your email address will not be published.