Yearly Archives

2024

ମାଲପଡା ନାଗରିକ କମିଟିର ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ମାସିକିଆ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡାର ଯଥା ୱାର୍ଡ ନଂ.୧୪ ଓ ୧୫ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନାମାନ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାସିନ୍ଧାମାନେ…
Read More...

ହାତୀଦାନ୍ତ ଜବତ : ୧୧ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ ଅଧୀନ ବନଗାଁରୁ ଚାଲାଣ ପାଇଁ ରଖାଯାଇଥିବା ହାତୀଦାନ୍ତକୁ ବନବିଭାଗ ଜବତ କରିଛି । ହାତୀଦାନ୍ତ ଚେରାଚାଲାଣ ଅଭିଯୋଗରେ ବନବିଭାଗର କର୍ମଚାରୀମାନେ ୧୧ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ରାମେଶ୍ୱର ନାୟକ (୫୧), ବିରଜା…
Read More...

ବୌଦ୍ଧରେ ବୁଦ୍ଧ ଜୟନ୍ତୀ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭଗବାନ ବୁଦ୍ଧ ହେଉଛନ୍ତି ବୌଦ୍ଧ ଧର୍ମର ପ୍ରବର୍ତ୍ତକ । ଅହିଂସା ପରମ ଧର୍ମ ଓ ଜୀବେ ଦୟା ଭାବାବେଗକୁ ବହନ କରୁଥିବା ଧର୍ମ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ କରିଥିଲା । ପୁଣି ଯେଉଁ ଧର୍ମ ଭାରତରୁ ସୁଦୂର ଜାପାନ ପର୍ଯ୍ୟନ୍ତ ପ୍ରଚାରିତ ହୋଇ ଆଜି…
Read More...

ଆସନ୍ତା ୨୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ଵର : ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆସନ୍ତା ୨୫ ତାରିଖ ସକାଳ ସୁଦ୍ଧା ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ରହିଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏନେଇ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ ଜରିଆରେ ପାଣିପାଗ…
Read More...

ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି : ଭିଡ଼ିଓ ଭାଇରାଲ୍‌

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିରରେ ଭାଲୁ ବଜାଉଛି ଘଣ୍ଟି । ସୂଚନା ଅନୁଯାୟୀ ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣରେ ପଶିଥିଲେ । ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଉଥିବା ସମୟରେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିରକୁ ଯାଇ ଭାଲୁ…
Read More...

ବୁଦ୍ଧ ମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ

ଭବାନୀପାଟଣା ସଦର, (ନିକୁଞ୍ଜ ଚଲାନ) : କଳାହାଣ୍ଡି ଜିଲ୍ଲା ଚାରବାହାଲ ବସ୍‌ ଷ୍ଟାଣ୍ଡ ଠାରେ ଆଜି ବୁଦ୍ଧ ବିଚାର ମଞ୍ଚ ପକ୍ଷରୁ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଏହାସହ ସ୍ଥାନୀୟ ମାର୍କେଟ୍‌ କମ୍ପ୍ଲେକ୍ସ ଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ…
Read More...

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭୀମ ଭୋଇ ଓଡିଶାରୁ ସୃଷ୍ଟ ଅନନ୍ୟ ମହିମା ଧର୍ମର ସର୍ବଶ୍ରେଷ୍ଠ ପ୍ରଚାରକ । ଯେତେବେଳେ ହିନ୍ଦୁ ଧର୍ମରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଚରମ ସୀମାରେ ପହଞ୍ଚିଥିଲା ଓ ଛୁଆଁ ଅଛୁଆଁ ଭେଦଭାବ ହେତୁ ଭୀମ ଭୋଇଙ୍କୁ ଅପମାନିତ କରି ଭାଗବତ ଶ୍ରବଣରୁ ତଥାକଥିତ ସମାଜର…
Read More...

ମଦ ଜବତ : ୨ ଗିରଫ

ବିନିକା : ବିନିକା ଅବକାରୀ ବିଭାଗ ଅରିଗାଁ ରାସ୍ତାରେ ଚଢ଼ଉ କରି ମଦ ଜବତ କରିବା ସହ ଜଣକୁ ଗିରଫ କରିଛି । ଅରିଗାଁ ରାସ୍ତାରେ ମଦ ଧରି ଯାଉଥିବା ବେଳେ ମଦ ବେପାରୀ ଲବ ସେଠୀଙ୍କ ପାଖରୁ ୧୮ ଲିଟର ମଦ ଜବତ କରିଥିଲା । ଏନେଇ ଏକ ମାମଲା ରୁଜୁକରି ମଦବେପାରୀଙ୍କୁ କୋର୍ଟଚାଲାଣ କରାଯାଇଛି ।…
Read More...

ଅଟୋ ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ

ବୀରମହାରାଜପୁର : ବୀରମହାରାଜପୁର - ମୁର୍ଷୁଣ୍ଡି ରାସ୍ତା ହିଲୁଙ୍ଗ ଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ, ଉଲୁଣ୍ଡା ବ୍ଲକ ହିକୁଡି ଗ୍ରାମରୁ ଏକ ବାହାଘରରେ…
Read More...

ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଟ୍ରାକ୍ଟର : ଡ୍ରାଇଭର୍‌ ମୃତ

ପୁରୀ : ପୁରୀ ଜିଲ୍ଲା କଣାସ ଥାନା ଦୟାବିହାର ଗାଁରେ ଅଘଟଣ । ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଦୟାବିହାର ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର…
Read More...