om academy

ମାଲପଡା ନାଗରିକ କମିଟିର ସଭା

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନାଗରିକ କମିଟି ମାସିକିଆ ବୈଠକ ସଭାପତି ଯୁଧିଷ୍ଠିର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଡାର ଯଥା ୱାର୍ଡ ନଂ.୧୪ ଓ ୧୫ ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନାମାନ ହୋଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବାସିନ୍ଧାମାନେ ସୁଚାରୁ ରୂପେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି । ନିୟମିତ ସମୟରେ ପାନୀୟ ଜଳ ବଣ୍ଟନ ପାଇଁ ଅନୁରୋଧ ପତ୍ର ବିଭାଗକୁ କରିବା ପାଇଁ ସ୍ଥିରିକୃତ ହୋଇଛି । ମ୍ୟୁନିସିପାଲିଟି ତରଫରୁ ପାଣିଛତ୍ରମାନ ବସିନାହିଁ । ପାଣିଛତ୍ର ଦେବା ପାଇଁ ମ୍ୟୁନିସିପାଲିଟିଙ୍କୁ ଅନୁରୋଧ କରାଯାଉଛି । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ ଗୋପବନ୍ଧୁ ପୁରୋହିତ, ପଂଚାନନ ସେଠ, ତରୁଣ କୁମାର ମିଶ୍ର, ଶ୍ୟାମ ସୁନ୍ଦର ଆଚାର୍ଯ୍ୟ, ଆକୁଳ ବେହେରା ଆଦି ବହୁ ସଦସ୍ୟ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.