om academy

ନିର୍ଗୁଣ ମାହାତ୍ମ୍ୟ ଉନ୍ମୋଚିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଠକାର୍ପିତ ହେଲା ପୂଜ୍ୟ ଏ ମାଟିର କବି ଚୈତନ୍ୟ ଦାସଙ୍କ ବିରଚିତ ପୁସ୍ତକ ନିର୍ଗୁଣ ମାହାତ୍ମ୍ୟ । ପୂର୍ବରୁ ଦେବଦର୍ଶନ ପୁରାଣ ପ୍ରକାଶିତ ହୋଇଥିଲା । ମୂଳ ତାଳପତ୍ର ପୋଥିରୁ ଅବିକଳ ପାଠୋଦ୍ଧାର କରି ତାକୁ ପୁସ୍ତକ ରୂପ ଦେଇଛନ୍ତି ଡ. ଗୋବର୍ଦ୍ଧନ ନାୟକ ଓ ଡ. ସଞ୍ଜୟ କୁମାର ମିଶ୍ର । ସୂଚନାଯୋଗ୍ୟ ଯେ, ଚୈତନ୍ୟ ଦାସ ଏ ମାଟିର ଜଣେ ଅନନ୍ୟ ପ୍ରତିଭା । ତାଙ୍କ ରଚନାବଳୀ ସବୁ ଓଡ଼ିଆ ସାହିତ୍ୟକୁ ବିଶେଷ ଭାବେ ରୁଦ୍ଧିମନ୍ତ କରିଛି । ପୁସ୍ତକକୁ ଉଭୟ ସଂକଳକ ଉନ୍ମୋଚନ କରିଛନ୍ତି । ଚୈତନ୍ୟ ଦାସଙ୍କ ରଚିତ କୃତି ସବୁ ଲୋକଲୋଚନକୁ ଆସୁ ଏହା ହିଁ ଉଦ୍ଦେଶ୍ୟ ବୋଲି କହିଛନ୍ତି ଉଭୟ ସଂକଳକ ।

Leave A Reply

Your email address will not be published.