om academy

ପଦ୍ମ ଧରିଲେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର

jsm

ଖୋର୍ଦ୍ଧା : ଖୋର୍ଦ୍ଧା ରାଜନୀତିରେ ରୋଚକ ଚିତ୍ର । ବିଜେପି ରାଲି ବେଳେ ମିଶିଗଲେ ଖୋର୍ଦ୍ଧାର ବିଜେଡି ବିଧାୟକ ଜିତୁ ମିତ୍ର । ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ରାଲି ଚାଲିଥିବା ବେଳେ ହଠାତ୍ ବର୍ତ୍ତମାନର ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ବିଜେପି ସହ ମିଶି ପ୍ରଚାର କରିଥିଲେ । ଏଥର ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କୁ ବିଜେଡି ଟିକେଟ୍ ଦେଇନାହିଁ । ତେଣୁ ସେ ମନସ୍ତାପରେ ଥିଲେ ବୋଲି କୁହାଯାଉଥିଲା । ତେବେ ଆଜି ତୃତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନ ଏବଂ ଶେଷ ମୁହୂର୍ତ୍ତରେ ଜିତୁ ମିତ୍ର ହଠାତ୍ ବିଜେପି ରାଲିରେ ଆବିର୍ଭାବ ହେବା ପରେ ଖୋର୍ଦ୍ଧା ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି ହେବ ବୋଲି କୁହାଯାଉଛି । ତେବେ ଠିକ୍‌ ନିର୍ବାଚନର ପୂର୍ବରୁ ଜିତୁ ମିତ୍ର ପଦ୍ମ ଧରିବା ପରେ ଖୋର୍ଦ୍ଧାରେ ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.