pakka
Daily Archives

ଅସହାୟଙ୍କ ନିକଟରେ ପ୍ରଶାସନ ପହଁଚି ସହଯୋଗର ହାତ ବଢାଇଲା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ପଂଚାୟତ ସାଲେମୁଡୁଗା ଗାଁର ଜଣେ ଅସହାୟ ମହିଳାଙ୍କ ନାବାଳକ ପୁଅର ମୃତ୍ୟୁ ଗୁରୁବାର ରାତିରେ ହୋଇଥିଲା । ମୃତଜ ଜଣକ ହେଲେ ଭଗବାନ ହଂସ (୮) ପିତା -ସ୍ୱର୍ଗତ ବଳଭଦ୍ର ହଂସ । ମୃତକଙ୍କ ମାଅ ଟିକେମଣି
Read More...

ପାଟଣାଗଡରେ ମାହେଶ୍ୱରୀ ଶାଖାର ଶୁଭାରମ୍ଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡଠାରେ ଆଜି ମାହେଶ୍ୱରୀ ସଂଗଠନ ଗଠନ ହୋଇଯାଇଛି । ଏଥିରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସଂଯୋଜକ ସୌମ୍ୟ ରଂଜନ ପଣ୍ଡା ଏବଂ ସଦସ୍ୟ ସାହିଲ ସିଂ ଗଡତ୍ୟା ଯୋଗ
Read More...

ଶ୍ୱଶୁର ଘରୁ ଜ୍ୱାଇଁ ଫେରୁଥିବା ବେଳେ ବାଟରେ ବାଇକ ଦୁର୍ଘଟଣାରେ ମୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଘନାମହୁଲ ଗାଁର ତୁଲସି ମାଝି (୩୯) ନିଜ ଶ୍ୱଶୁର ଘର ତୁରେକେଲା ଥାନା ମହୁଲପାଟି ପଂଚାୟତ କନ୍ଦାଗାଡକୁ ଯାଇ ଫେରୁଥିବା ବେଳେ ବୁଢିବାହାଲ ଛକ ନିକଟରେ ମୋଟର ସାଇକଲ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତୁରେକେଲା ପୋଲିସ ସୂତ୍ରରୁ ଜଣାପଡିଛି ।
Read More...

ବର୍ଷା ଅଭାବ ଯୋଗୁଁ ଗାଇସିଲେଟରେ ମାଣ୍ଡିଆ ଚାଷ ବାଧାପ୍ରାପ୍ତ : ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକରେ ଅଭାବୀ ବର୍ଷା ପାଇଁ ମାଣ୍ଡିଆ ଚାଷ ବାଧାପ୍ରାପ୍ତ ହେବାରେ ଲାଗିଛି । ସୂଚନା ଅନୁସାରେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମ ଜରିଆରେ ସ୍ଥାନୀୟ ସଂଗଠନ ଦେବଦତ୍ତ କ୍ଲବ୍ ଓ କୃଷି ବିଭାଗର ମିଳିତ ଉଦ୍ୟମରେ
Read More...

ଶାନ୍ତି ତପୋବନ ଆଶ୍ରମଠାରେ ମାଟିଲଗ୍ନାର ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଶାନ୍ତି ତପୋବନ ଆଶ୍ରମ ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ କବି କବୟିତ୍ରୀ ଯୋଗ ଦେଇଥିଲେ ।
Read More...

ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସହକାରୀ ଉଦ୍ୟାନ ଅଧିକାରୀ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସ୍ଥିତ ପ୍ରଶିକ୍ଷଣ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଚଳିତ
Read More...

‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ଦ୍ୱିିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ : ନାରୀ ଶକ୍ତି ହିଁ ସକଳ ସମୃଦ୍ଧିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସାମ୍ବାଦିକ ଭବନରେ ଆଜି ‘କୋଶଳ ପ୍ରବାହ ଲାଇଭ୍‌’ ନ୍ୟୁଜ୍‌ ପୋର୍ଟାଲ୍‌ର ଦ୍ୱିିତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନାରୀ ଶକ୍ତି ହିଁ ସକଳ ସମୃଦ୍ଧିର ଆଧାର ବୋଲି ମତ ଦେଇଛନ୍ତି ଅତିଥିମାନେ । ‘କୋଶଳ ପ୍ରବାହ’ର ସଂପାଦକ ଆନଂଦ ଚଂଦ୍ର ସାହୁଙ୍କ
Read More...

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ୍ କଲୋନୀ ସରକାରୀ ୟୁ ପି ସ୍କୁଲର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର
Read More...

ପାଟଣାଗଡ଼ ଅମୃତ କଳସ ଅଳଙ୍କାର ଦୋକାନରୁ ସ୍ପଷ୍ଟ ଦିବାଲୋକରେ ଡକାୟତି ଅଭିଯୋଗ : ଦେଢ କେଜି ସୁନା ଓ ୬୦ ହଜାର ଟଙ୍କା…

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ସହର ମଝିରେ ଦିନ ଦ୍ୱିପ୍ରହରରେ ତଥା ଥାନାଠାରୁ ମାତ୍ର ୨ଶହ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଡକାୟତ କରି ଲୁଟି ନେଲେ ଦେଢ କେଜି ସୁନା ଏବଂ ୬୦ ହଜାର ଟଙ୍କା । ସୂଚନା ଅନୁସାରେ ଆଜି ଅପରାହ୍ନ ୪ଟା ସମୟରେ ୬ ଜଣ ଡକାୟତ ଅମୃତ କଳସ ସୁନା
Read More...

ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ହେଲା ଆଦିବାସୀ ସଂଗ୍ରାମୀଙ୍କ ଜୀବନୀ ପୁସ୍ତକ

ପୁସ୍ତକରେ ରହିଛି ରେଣ୍ଡୋ ମାଝୀ, ଚକରା ବିଶୋୟୀ ଓ ଲକ୍ଷ୍ମଣ ନାଏକଙ୍କ ଦେଶପ୍ରେମର ଗାଥା ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀ ଠାରେ ‘ତିରଙ୍ଗା’ ଉତ୍ସବ ପାଳନ ଅବସରରେ ୨ଠ ଜଣ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ସମ୍ବଳିତ ଏକ କମିକ୍ ପୁସ୍ତକ ସଂସ୍କୃତି ମନ୍ତ୍ରଣାଳୟ ଅଗଷ୍ଟ ୨
Read More...