pakka

ଶ୍ୱଶୁର ଘରୁ ଜ୍ୱାଇଁ ଫେରୁଥିବା ବେଳେ ବାଟରେ ବାଇକ ଦୁର୍ଘଟଣାରେ ମୃତ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଥାନା ଘନାମହୁଲ ଗାଁର ତୁଲସି ମାଝି (୩୯) ନିଜ ଶ୍ୱଶୁର ଘର ତୁରେକେଲା ଥାନା ମହୁଲପାଟି ପଂଚାୟତ କନ୍ଦାଗାଡକୁ ଯାଇ ଫେରୁଥିବା ବେଳେ ବୁଢିବାହାଲ ଛକ ନିକଟରେ ମୋଟର ସାଇକଲ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ତୁରେକେଲା ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ସଂପୃକ୍ତ ମୃତ ବ୍ୟକ୍ତି ସଂଧ୍ୟା ୫ଟାରେ ନିଜ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଶୁକ୍ରବାର ସକାଳୁ କଂଟାବାଂଜି ଡାକ୍ତରଖାନାରେ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ପ୍ରକାଶ । ତୁରେକେଲା ପୋଲିସ କେସ ନଂ. ୧୨୨/୨୦୨୨ ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

eight + 20 =