
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍ ପରିସରରେ ଆଜି ପବିତ୍ର ଧନତେରାସ ପର୍ବ ଭକ୍ତିପୂତ ଭାବରେ ପାଳିତ ହୋଇଯାଇଛି । ଏହି ଅବସରରେ କାରଖାନା ପରିସରରେ ଥିବା ଦରବାରରେ ପ୍ରଥମେ ଗୋମାତା, ଗୁରୁମାତା ଓ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ବିଶ୍ରା ଗୁରୁଜୀ ଶ୍ରୀ ଜନାର୍ଦ୍ଦନ ବଶିଷ୍ଠ ଜୀଙ୍କ ଦ୍ୱାରା ବୈଦିକ ରୀତିନୀତିରେ ଧନ ଓ ସମୃଦ୍ଧିର ଅଧିଷ୍ଠାତ୍ରୀ ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା । ପୂଜାରେ ମୁଖ୍ୟ ଯଜମାନ ଭାବେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଗୋକୁଳ ଆନନ୍ଦ ବାଗଡ଼ିଆ ଯୋଗଦେଇ ପୂଜା କରିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶିକା ମଞ୍ଜୁ ଦେବୀ ବାଗଡ଼ିଆ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଅଗ୍ରୱାଲ ଉପସ୍ଥିତ ରହି ଆଳତୀ କରିଥିଲେ । ଶେଷରେ ସଂସ୍ଥାର ସମସ୍ତ କର୍ମଚାରୀ ଏକତ୍ରିତ ହୋଇ ସାମୂହିକ ଆଳତୀରେ ଅଂଶଗ୍ରହଣ କରିଥିଲେ । ଏହି ଆୟୋଜନକୁ ସଫଳ କରିବାରେ ସୀତାରାମ ବାଗଡ଼ିଆ, ପ୍ରଫୁଲ୍ଲ ପାତ୍ର, ଅଭିନାଶ ମିଶ୍ର, ମୁକେଶ ଠାକୁର, ଶ୍ରୀମତୀ ସଙ୍ଗୀତା କୁଣ୍ଡୁ, ଅଞ୍ଜଳି ସାହୁ, ସୁଶ୍ରୀ ସୁଭାଶ୍ରୀ ରାୟ ଏବଂ ଟି. ପୁରୁଷୋତ୍ତମଙ୍କ ସହଯୋଗ କରିଥିଲେ ।