pakka

ପାଟଣାଗଡରେ ମାହେଶ୍ୱରୀ ଶାଖାର ଶୁଭାରମ୍ଭ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡଠାରେ ଆଜି ମାହେଶ୍ୱରୀ ସଂଗଠନ ଗଠନ ହୋଇଯାଇଛି । ଏଥିରେ ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ କୁମାର ଅଗ୍ରୱାଲ, ସଂଯୋଜକ ସୌମ୍ୟ ରଂଜନ ପଣ୍ଡା ଏବଂ ସଦସ୍ୟ ସାହିଲ ସିଂ ଗଡତ୍ୟା ଯୋଗ ଦେଇଥିଲେ । ନୂତନ କରି ପାଟଣାଗଡରେ ସଂଗଠନ ହୋଇଥିବାରୁ ଏଥିରେ ଅଂଚଳର ଅନେକ ଯୁବକ ଯୁବତୀ ସାମିଲ ହୋଇଥିଲେ । ପାଟଣାଗଡ ମାହେଶ୍ୱରୀ ସଂଗଠନ ଶାଖାର ସଭାପତି ଭାବେ ନିରୋଜ ପଟେଲ ଓ ସଂଯୋଜକ ଉତ୍ତମ ମହାନନ୍ଦଙ୍କୁ ନିୟୋଜିତ କରାଯାଇଛି । ଆଗାମୀ ଦିନରେ ସମାଜର ବିଭିନ୍ନ ପ୍ରକାରର ସମସ୍ୟାକୁ ନେଇ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ଏବଂ ଆଜି ସଂଗଠନର ଗଠନ ହେବା ସଙ୍ଗେ ସଙ୍ଗେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

thirteen + 11 =