pakka

ଅସହାୟଙ୍କ ନିକଟରେ ପ୍ରଶାସନ ପହଁଚି ସହଯୋଗର ହାତ ବଢାଇଲା

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ପଂଚାୟତ ସାଲେମୁଡୁଗା ଗାଁର ଜଣେ ଅସହାୟ ମହିଳାଙ୍କ ନାବାଳକ ପୁଅର ମୃତ୍ୟୁ ଗୁରୁବାର ରାତିରେ ହୋଇଥିଲା । ମୃତଜ ଜଣକ ହେଲେ ଭଗବାନ ହଂସ (୮) ପିତା -ସ୍ୱର୍ଗତ ବଳଭଦ୍ର ହଂସ । ମୃତକଙ୍କ ମାଅ ଟିକେମଣି ହଂସ ଅସହାୟ ଥିବାରୁ ବଲାଙ୍ଗିରର ଏକ ସ୍ୱେଛାସେବୀ ଅନୁଷ୍ଠାନ ସ୍ରଷ୍ଟା ଏବଂ ଜିଲ୍ଲାପାଳ ବଲାଙ୍ଗିରଙ୍କ ନିର୍ଦ୍ଦେଶକ୍ରମେ କଂଟାବାଂଜି ତହସିଲଦାର ସମିର ବେହେରା ଏବଂ ସହକାରୀ କର୍ମଚାରୀ ଓମପ୍ରକାଶ ଘଟଣାସ୍ଥଳକୁ ଶୁକ୍ରବାର ଦିନ ପହଂଚି ଶବ ସକ୍ରାର କରିବା ସହିତ ମୃତକର ଅସହାୟ ମା ଟିକେମଣିକୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ପାଂଚ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ତହସିଲଦାର ବେହେରାଙ୍କଠାରୁ ପ୍ରକାଶ । ଏହି ଘଟଣା ବେଳେ ବଡବାଙ୍କି ସରପଂଚ ଡୋଲାମଣି ବାଗ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen + nine =