କେନ୍ଦ୍ରୀୟ ପ୍ରତିନିଧି ଦଳ ଦ୍ୱାରା ଅମୃତ ସରୋବର ପରିଦର୍ଶନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କେନ୍ଦ୍ରୀୟ ପ୍ରତିନିଧି ଦଳ ଗତକାଲି ଡେଲାଙ୍ଗ ବ୍ଲକରେ କେନ୍ଦ୍ରୀୟ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସ୍ଵଚ୍ଛ ଭାରତ ମିଶନ ଓ ଅମୃତ ସରୋବର ପ୍ରକଳ୍ପ ଗୁଡିକୁ ପରିଦର୍ଶନ କରିଛନ୍ତି । କେନ୍ଦ୍ରୀୟ ପ୍ରତିନିଧି ସାଊରିଆ ଗ୍ରାମ ପଞ୍ଚାୟତ ଅମୃତ ସରୋବର (ରାମ ପୋଖରୀ) ଓ ଶ୍ରୀପୁରୁଷୋତ୍ତମପୁର ଅମୃତ ସରୋବର ଏବଂ ଚାଁଇପୁର ପଞ୍ଚାୟତର ନିର୍ମିତ ଆଦର୍ଶ କମ୍ପୋଷ୍ଟ ଓ ଲିଚିପିଟ (ଜଲଗର୍ତ୍ତ)କୁ ପରିଦର୍ଶନ କରିଥିଲେ କେନ୍ଦ୍ର ସରକାରଙ୍କ ଉପମହାନିର୍ଦ୍ଦେଶକ ଡ.ରାଉତ ପଣ୍ଡୁରାଙ୍ଗ କେ ଓ ବୈଜ୍ଞାନୀକ ରବୀନ୍ଦ୍ର ଆର ଭାଟେଙ୍କ ସହିତ ପୁରୀ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଂକର ମହାପାତ୍ର, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ବ୍ଲକ ନିର୍ବାହୀ ସହକାରୀ ଯନ୍ତ୍ରୀ ରାଜେଶ୍ଵର ମହାରଣାଙ୍କ ସହିତ ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 1 =