om academy

ପାଟଣାଗଡ ଅବକାରୀ ବିଭାଗ ଦ୍ୱାରା ୫୨ ଲିଟର ଦେଶୀ ରନ୍ଧାମଦ ଜବତ : ୨ ଗିରଫ

jsm

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଘସିଆନ ଗାଁରେ ପାଟଣାଗଡ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରି ୫୨ ଲିଟର ଦେଶୀ ରନ୍ଧାମଦ ଜବତ କରିବା ସହ ଜଣେ ମହିଳା ଓ ପୁରୁଷଙ୍କୁ ଗିରଫ କରିଥିବା ଜଣାପଡିଛି । ପାଟଣାଗଡ଼ ଅବକାରୀ କେସ୍ ନଂ ୭୫/୭୬ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି । ଅଭିଯୁକ୍ତମାନେ ହେଲେ ବୃନ୍ଦାବନ ଗିଦିଲି(୩୬) ଓ ଚନ୍ଦନ ଜଗତ(୫୫) । ଏମାନେ ଦୀର୍ଘଦିନ ହେବ ଗାଁରେ ବେଆଇନ ରନ୍ଧାମଦ କାରବାର ହେଉଥିବା ଅଭିଯୋଗ ହେଉଥୁଲା । ଏନେଇ ଖବର ପାଇଁ ଅବକାରୀ କର୍ମଚାରୀମାନେ ଚଢ଼ାଉ କରି ମଦ ସହ ଅଭିଯୁକ୍ତମାନଙ୍କୁ ଅବକାରୀ କାର୍ଯ୍ୟାଳୟକୁ ଆଣିଥିଲେ । ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ଚଢାଉ ବେଳେ ପାଟଣାଗଡ ଅବକାରୀ ବିଭାଗ କର୍ମଚାରୀମାନେ ସାମିଲ ଥିଲେ ।

Leave A Reply

Your email address will not be published.