pakka

ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ସହକାରୀ ଉଦ୍ୟାନ ଅଧିକାରୀ ବଲାଙ୍ଗିରଙ୍କ କାର୍ଯ୍ୟାଳୟ ସ୍ଥିତ ପ୍ରଶିକ୍ଷଣ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଚଳିତ ବର୍ଷ ଜାତୀୟ ଉଦ୍ୟାନ କୃଷି ମିଶନ ତରଫରୁ ବିଭିନ୍ନ ପ୍ରକଳ୍ପ ଭିତ୍ତିକ କାର୍ଯ୍ୟ ପାଇଁ ଅନୁମୋଦିତ ଚାଷୀମାନେ ଯୋଗ ଦେଇଥିଲେ । ପ୍ରଥମ ପର୍ଯ୍ୟାୟରେ ୧୯ ଗୋଟି ପ୍ୟାକିଂ ଗୃହ, ୩ ଗୋଟି ଜିଆଖତ କୁଣ୍ଡ, ୬୭ ଗୋଟି ପିଆଜ ସାଇତା ଗୃହ, ୧୦ ଗୋଟି ସ୍ୱଳ୍ପ ଶକ୍ତି ଶୀତଳୀକରଣ ଗୃହ, ୬ ଗୋଟି ସ୍ୱଳ୍ପ ମୂଲ୍ୟ ସଂରକ୍ଷଣ ପ୍ରକଳ୍ପ ଓ ୧୫ ଗୋଟି ଛତୁ ଚାଷ ଗୃହ ସହିତ ମୋଟ ୧୨୦ ଜଣଙ୍କୁ ଚୟନ କରାଯାଇଛି । ଏହି ଆଗ୍ରହୀ ଚାଷୀମାନଙ୍କୁ ଉକ୍ତ ପ୍ରକଳ୍ପ କରିବା ପାଇଁ ବୈଷୟିକ ପରାମର୍ଶ ଦିଆଯିବା ସହ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ବିଷୟରେ ମଧ୍ୟ ସବିଶେଷ ଅବଗତ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ଚଞ୍ଚଳ ରାଣା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ ଫସଲ ଅମଳ ପରବର୍ତ୍ତୀ ଯତ୍ନ ତଥା ବଜାର ଭିତ୍ତିଭୂମିର ସୁବିଧା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ସହ ପ୍ରକଳ୍ପଗୁଡିକର ଉପଯୁକ୍ତ କାର୍ଯ୍ୟକାରିତା ତଥା ସୁବିନିଯୋଗ କରିବା ଉପରେ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଚାଷୀମାନଙ୍କୁ ଉପରୋକ୍ତ ପ୍ରକଳ୍ପ ନିମନ୍ତେ ଚୟନ ହୋଇଥିବା ଚାଷୀମାନଙ୍କୁ ଜିଲ୍ଲାପାଳ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ, ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ସଂଜୟ ପାଣି, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ ଲକ୍ଷ୍ମଣ ସଏ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ କୃଷି ବୈଜ୍ଞାନିକ ସତ୍ୟମୟ ଶତପଥୀ, ଉଦ୍ୟାନ କୃଷି ଯନ୍ତ୍ରୀ ପବିତ୍ର ମୋହନ ନାୟକ, ଜିଲ୍ଲାର ସମସ୍ତ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଓ ଉଦ୍ୟାନ କ୍ଷେତ୍ର କର୍ମଚାରୀମାନେ ଯୋଗ ଦେଇ ଚାଷୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଭାବ ବିନିମୟ କରିଥିଲେ ।

Leave A Reply

Your email address will not be published.

16 − 1 =