pakka

ଶାନ୍ତି ତପୋବନ ଆଶ୍ରମଠାରେ ମାଟିଲଗ୍ନାର ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସ

bbehera

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଶାନ୍ତି ତପୋବନ ଆଶ୍ରମ ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ କବି କବୟିତ୍ରୀ ଯୋଗ ଦେଇଥିଲେ । ପୂର୍ବାହ୍ନରେ ଦେବୀ ମାଟିଲଗ୍ନାର ପୂଜା ଓ ହୋମ ବିଧିବଦ୍ଧ ଭାବେ ଅନୁଷ୍ଠାନର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନ କର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ସଭାରେ ସଭାପତିତ୍ୱ କରିଥିଲେ ମାଟିଲଗ୍ନା ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନ । ମୁଖ୍ୟ ଅତିଥି ଭାବେ ବରଗଡ଼ ପୌର ପରିଷଦର ଅଧ୍ୟକ୍ଷା କଳ୍ପନା ମାଝୀ, ମୁଖ୍ୟବକ୍ତା ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ମାଟିଲଗ୍ନା ସାହିତ୍ୟ ପରିବାରର ନୂରାବତୀ ସାହୁ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ସଂଯୋଜକ ବିନୟ କୁମାର ଦଣ୍ଡସେନା ମଞ୍ଚ ପରିଚାଳନା କରିଥିଲେ । ତୃତୀୟ ପର୍ଯ୍ୟାୟରେ କବିତା ସଂଯୋଜନା କରିଥିଲେ କବୟିତ୍ରୀ ଯମୁନା ଦାଶ, ମଞ୍ଚ ପରିଚାଳନା କରିଥିଲେ ପ୍ରସନ୍ନ କୁମାର ମେହେର । କବିତା ପାଠ କରିଥିଲେ ପଦ୍ମିନୀ ମହାନ୍ତି, ସନ୍ତୋଷନୀ ଦାଶ, ବାସନ୍ତୀ ଗୁରୁ, ମାଧୁରୀ ସାହୁ, ନିଳାବତୀ ବେହେରା, ସୁବର୍ଣ୍ଣ ପଣ୍ଡା, ନିରୁପମା ଶତପଥୀ । ଏହି ଉତ୍ସବରେ ପ୍ରାରମ୍ଭିକ ସଂଗୀତ ସନ୍ଧ୍ୟା ମିଶ୍ର ଗାନ କରିଥିଲେ ଏବଂ ଅନୁଷ୍ଠାନ ତରଫରୁ ବିଦ୍ଧିବଧ ଭାବେ ମାଟିଲଗ୍ନା କନ୍ୟା ରତ୍ନ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହିତ ଚକରକେନ୍ଦ ହାଇସ୍କୁଲର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ୧୦ ଜଣ କନ୍ୟା ରତ୍ନଙ୍କୁ ଛାତ୍ରମେଧା ସମ୍ମାନ ମାନପତ୍ର ପ୍ରଦାନ କରାଯାଇଥିଲା । ଶାନ୍ତି ତପୋବନ ଆଶ୍ରମ ପରିଚାଳକ ଦେବଦତ୍ତ ତ୍ରିପାଠୀ ଓ ଲବଙ୍ଗ ସାହୁ ସମସ୍ତ ଅନ୍ତେବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କବୟିତ୍ରୀ ସତ୍ୟବତୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven − seven =