om academy

ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଟ୍ରାକ୍ଟର : ଡ୍ରାଇଭର୍‌ ମୃତ

jsm

ପୁରୀ : ପୁରୀ ଜିଲ୍ଲା କଣାସ ଥାନା ଦୟାବିହାର ଗାଁରେ ଅଘଟଣ । ଭାରସାମ୍ୟ ହରାଇ ଘର ଭିତରେ ପଶିଗଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଦୟାବିହାର ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ପ୍ରଥମେ ଏକ ଦୋକାନରେ ଧକ୍କା ହୋଇଥିଲା । ଏହାପରେ ବାନାମ୍ବର ମହାପାତ୍ରଙ୍କ ଘର ଭିତରକୁ ପଶିଯାଇଥିଲା ଟ୍ରାକ୍ଟରଟି । ହେଲେ ଏହି ଦୁର୍ଘଟଣାରେ ଘରେ ଶୋଇଥିବା ଲୋକଙ୍କର କୌଣସି କ୍ଷତି ହୋଇନଥିବା ବେଳେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ଟ୍ରାକ୍ଟର ଚାଳକ ଜଣଙ୍କ କଣାସ ଥାନା ଗଡ଼ସାହି ଗାଁର ବିମ୍ବାଧର ମହାପାତ୍ର ବୋଲି ଜଣାପଡିଛି । ସେ କିଛି କାମ ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ସେପଟେ ଦୁର୍ଘଟଣା ପରେ କଣାସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇଛି । ଏହା ସହିତ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.