om academy

ଅଟୋ ଦୁର୍ଘଟଣାରେ ୫ ଜଣ ଯାତ୍ରୀ ଆହତ

jsm

ବୀରମହାରାଜପୁର : ବୀରମହାରାଜପୁର – ମୁର୍ଷୁଣ୍ଡି ରାସ୍ତା ହିଲୁଙ୍ଗ ଠାରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣକର ଅବସ୍ଥା ଗୁରୁତର ରହିଛି । ସୂଚନା ଅନୁସାରେ, ଉଲୁଣ୍ଡା ବ୍ଲକ ହିକୁଡି ଗ୍ରାମରୁ ଏକ ବାହାଘରରେ ଯୋଗଦେବା ପାଇଁ ବୀରମହାରାଜପୁର ବ୍ଲକ ମାଣିକପୁର ଗ୍ରାମକୁ ଯାଉଥିଲେ । ହିଲୁଙ୍ଗ ନିକଟସ୍ଥ ବୁଲାଣିରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଅଟୋ ଡ୍ରାଇଭର୍‌ ଫେରାର୍‌ ହୋଇଯାଇଛି । ଆହତ ରାଧାକାନ୍ତ ସୁନା(୫୦)ଙ୍କୁ ସୋନପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିନାୟକ ଭଏନା, ମହାବୀର ଜଗଦଲା, ମୁକେଶ ବର୍ମା, ସଂଜୟ ସରଭଙ୍ଗ ପ୍ରମୁଖଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସୀ ତହୋଇଥିଲେ । ଏମାନଙ୍କ ଭିତରେ ଜଣେ ନାବାଳକ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.