
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଏବଂ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥାର ସମୀକ୍ଷା କରିବା ସହ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଜିଆର୍ ସହାୟତା ବଣ୍ଟନର ସ୍ଥିତି ଅନୁଧ୍ୟାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ । ଜିଲ୍ଲାପାଳଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ପାଣ୍ଡିଆ, ଅନ୍ତରିଗାଁ ଓ ହିରାଧାରବାଟି ଗସ୍ତ କରି ସ୍ଥିତି ପରଖିଥିଲେ । ଏହି ଅବସରରେ ବାତ୍ୟା ଆଶ୍ରୟସ୍ଥଳୀ, ଲୋକଙ୍କ ସୁରକ୍ଷା ଓ ଜରୁରୀକାଳୀନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ରିଲିଫ୍ ସହାୟତା ବଣ୍ଟନ କାର୍ଯ୍ୟର ଅଗ୍ରଗତି ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ ।