ଗଣ୍ଡାବଜାର ତୃତୀୟ ସ୍ଵନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରୁ ପ୍ରକାଶ ପାଉଥିବ ଗଣ୍ଡାବଜା ସମ୍ବାଦପତ୍ର ଆଜି ତାର ତୃତୀୟ ସ୍ବନକ୍ଷତ୍ର ଦିବସ ନିରାଡ଼ମ୍ବରରେ ପାଳନ କରିଛି । ଏହି ଅବସରରେ ସମ୍ବାଦପତ୍ରର ସମ୍ପାଦକ ତ୍ରିଲୋଚନ ନନ୍ଦ ସମସ୍ତ ପାଠକ, ଶୁଭେଚ୍ଛୁଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ସମାଲୋଚକମାନଙ୍କୁ ସେ ନିଜର କୃତନଜ୍ଞତା ଜଣାଇଛନ୍ତି କାହିଁକି ନା ସେମାନେ ହିଁ ଗଣ୍ଡବଜାକୁ ତଳସ୍ତରକୁ ଯାଇ ମାଟି ସହ ଯୋଡ଼ି ହେବାକୁ ସାହସ ଯୋଗାଇଥିଲେ ଏବଂ ଦୁଃଖୀ ଦଳିତ ଗରିବ ନିଷ୍ପେସିତଙ୍କ ସ୍ୱର ହେବାକୁ ପ୍ରବର୍ତ୍ତାଇଥିଲେ । ତାଛଡା , ବାବା ସାହେବ, ସାବିତ୍ରୀ ବାଇ ଫୁଲେ ଓ ଗୌତମ ବୁଦ୍ଧ ଯାହାଙ୍କ ପାଇଁ ବିଚାରଧାରାରେ ଅଟଳ ରହି ପତ୍ରିକା ନିଜ ଜୀବନର ଲକ୍ଷ୍ୟ ରଖିଛି । ତେବେ ଯେତେ ଅସୁବିଧ ଓ ପ୍ରତିବନ୍ଧକ ଆସିଲେ ମଧ୍ୟ କେହି ଆମର ଏହି ମୂଳ ଲକ୍ଷ୍ୟରୁ ଓହରାଇ ପାଟିବେ ନାହିଁ ବୋଲି କହିଥିଲେ ।
ତେବେ କରୋନା ଯୋଗୁଁ ଏହି ବର୍ଷ ଗଣ୍ଡାବଜାର ଏ ଦେଶ ଜାତି ପ୍ରତି ନିଜର ସାମାଜିକ ଦାଇତ୍ୱକୁ ନିର୍ବାହ କରି ସ୍ଵନକ୍ଷତ୍ରକୁ ନିରାଡ଼ମ୍ବରରେ ପାଳନ କରୁଛି । ଯଦି ସ୍ଥିତି ସୁଧୁରେ ଆଗାମୀ ବର୍ଷ ଆମେ ପୁଣି ଏକ ହୋଇ ଗରିବ ଦଳିତ ନିଷ୍ପେସିତମାନଙ୍କ ଏହି ଆନ୍ଦୋଳନରେ ସମବେତ ହେବେ ବୋଲି ସମ୍ପାଦକ ତ୍ରିଲୋଚନ ନନ୍ଦ କହିଥିଲେ । ଆଜିର ଏହି କାର୍ୟ୍ୟକ୍ରମରେ ଆଇନଜୀବୀ ଦିନେଶ ନାଗ ଓ ସମାଜ ସେବୀ ନେପାଳ ବାଗ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।

Leave A Reply

Your email address will not be published.