om academy

ବଲାସିଙ୍ଗା ମହୁଲମୂଳ ମହିମା ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

jsm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ଭୀମ ଭୋଇ ଓଡିଶାରୁ ସୃଷ୍ଟ ଅନନ୍ୟ ମହିମା ଧର୍ମର ସର୍ବଶ୍ରେଷ୍ଠ ପ୍ରଚାରକ । ଯେତେବେଳେ ହିନ୍ଦୁ ଧର୍ମରେ କୁସଂସ୍କାର ଓ ଅନ୍ଧବିଶ୍ୱାସ ଚରମ ସୀମାରେ ପହଞ୍ଚିଥିଲା ଓ ଛୁଆଁ ଅଛୁଆଁ ଭେଦଭାବ ହେତୁ ଭୀମ ଭୋଇଙ୍କୁ ଅପମାନିତ କରି ଭାଗବତ ଶ୍ରବଣରୁ ତଥାକଥିତ ସମାଜର ବଡପଣ୍ଡାମାନେ ବିରୋଧ କରି ତଡ଼ି ଦେଇଥିଲେ । ତା’ପରେ ମହିମା ଗୋସାଇଁ ସ୍ଵୟଂ ତାଙ୍କୁ ମହିମା ଧର୍ମରେ ଦୀକ୍ଷିତ କରାଇ ସମାଜରୁ ଏସବୁ ଦୂର ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଥିଲେ । ସନ୍ଥକବି ନିଜର ବଳିଷ୍ଠ ଲେଖନୀ ମାଧ୍ୟମରେ ଗୁରୁ ଦାୟିତ୍ଵ ସଫଳତାର ସହ ନିଭେଇ ଥିଲେ । ଯାହାଙ୍କର ଅମୃତ ବାଣୀ ଆଜି ସମଗ୍ର ବିଶ୍ୱବାସୀଙ୍କୁ ଅଭିଭୂତ କରେ । ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ’ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ । ବୌଦ୍ଧ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ସନ୍ଥ କବି ଭୀମ ଭୋଇଙ୍କ ଜ୍ଞାନ ପୀଠ ଐତିହାସିକ ମହୁଲମୂଳ ବଲାସିଙ୍ଗା ମହିମା ଆଶ୍ରମ ଠାରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ସନ୍ଥ କବି ଭୀମ ଭୋଇଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ମହିମା ବିକାଶ ପରିଷଦ ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ସାଧୁ କୁଳଧର ଦାସ ସମ୍ପାଦକୀୟ ବିବରଣୀ ପଠନ ସହିତ ସନ୍ଥ କବିଙ୍କ ଜୀବନୀ ଓ ତାଙ୍କର କାଳଜୟୀ ବାଣୀ, ସାହିତ୍ୟ ଓ ମହିମା ଧର୍ମ ଉପରେ ଆଲୋକପାତ କରିଥିଲେ । ସାମାଜିକ କର୍ମୀ କୃତ୍ତିବାସ ପଲିଆ ଅତିଥି ଭାବେ ଯୋଗଦେଇ ପ୍ରତ୍ୱେକ ବର୍ଷ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରି ମହିମା ଆଶ୍ରମ ଭିତ୍ତିଭୂମି ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ ପୂର୍ବକ ସମସ୍ତ ଭକ୍ତଙ୍କୁ ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ । ଆଶ୍ରମର ଅନ୍ୟତମ ସାଧୁ କୃଷ୍ଣଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.