pakka

ଦାଣ୍ଡପାଣି ଗାଁରେ ଭୋଟ ବର୍ଜନ : ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଅସନ୍ତୋଷ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଦାଣ୍ଡପାଣି ଗାଁରେ ଗ୍ରାମବାସୀ ଭୋଟ ବର୍ଜନ କରିଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ ଅଦଳବଦଳକୁ ନେଇ ଗ୍ରାମବାସୀ ଏହିଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ପୂର୍ବରୁ ଦଣ୍ଡପାଣି ଗାଁକୁ ରତାଖଣ୍ଡି ପଞ୍ଚାୟତ ସହ ସାମିଲ କରିବାକୁ ଲୋକଙ୍କ ଦାବୀ ହୋଇ ଆସୁଥିଲେ ସୁଦ୍ଧା ସେ ଦିଗରେ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଉନାହିଁ । ବାଞ୍ଜିପାଲି ପଞ୍ଚାୟତ କାର୍ଯ୍ୟାଳୟ ଦଣ୍ଡପାଣି ଗାଁରୁ ୭ କି.ମି ଦୂରରେ ରହିଥିବା ବେଳେ ରତାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ଗାଁରୁ ମାତ୍ର ୧ କି.ମି. ଦୂରରେ ରହିଛି । ତେବେ ଗ୍ରାମବାସୀ ରତାଖଣ୍ଡି ପଞ୍ଚାୟତ ସହ ସାମିଲ ହେବାକୁ ଚାହୁଁଥିବା ବେଳେ ଦୁଇଟି ପଞ୍ଚାୟତ ନିର୍ବାଚନ ସମାପ୍ତ ହେବା ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ଦଣ୍ଡପାଣି ଗ୍ରାମବାସୀ ଦ୍ୱିତୀୟ ଥର ପାଇଁ ଭୋଟ ବର୍ଜନ କରିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

twenty − 16 =