pakka

ଭୁସକିମାଲରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ବଲାଙ୍ଗିର ଓଜେୟୁ ତରଫରୁ ଥାନା ଅଧିକାରୀଙ୍କ ଜରିଆରେ ବଲାଙ୍ଗିର ଏସ୍‌ପିଙ୍କୁ ଦାବୀପତ୍ର ପ୍ରଦାନ

bbehera

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୁସକିମାଲ ଗ୍ରାମରେ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ଓ ଭୁସକିମାଲ ଗ୍ରାମବାସୀଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆଜି ଓଜେୟୁ ଜିଲ୍ଲା ସଂଘ ତରଫରୁ ସଇଁତଲା ଥାନା ଅଧିକାରୀଙ୍କ ଜରିଆରେ ବଲାଙ୍ଗିର ଏସ୍‌ପିଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ, ଭୈରବ ସାହୁଙ୍କ ସ୍ତ୍ରୀ ସରପଞ୍ଚ ପ୍ରାର୍ଥିନୀ ଭାବେ ମଇଦାନରେ ଓଲ୍ଲାଇଛନ୍ତି । ଏଥିରେ ସରପଞ୍ଚ ପ୍ରାର୍ଥିନୀଙ୍କ ସ୍ୱାମୀ ଓ ଭୁସକିମାଲ ଗ୍ରାମବାସୀମାନଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଚାଲିଥିବା ବେଳେ ସାମ୍ବାଦିକ ପ୍ରଦୀପ ବାଗ ଖବର ସଂଗ୍ରହ ପାଇଁ ଭୁସକିମାଲ ଗାଁକୁ ପହଂଚିଥିଲେ । ଏଥିରେ ଭୈରବ ସାହୁ, ଗଣେଶରାମ ସାହୁ, ପ୍ରଭୁତତ୍ତ ସାହୁ, ରାକେଶ ସାହୁ ଉତ୍‌କ୍ଷିପ୍ତ ହୋଇ ପ୍ରଦୀପଙ୍କୁ ମାଡ଼ ମାରିଥିଲେ । ଏଥିରେ ସଇଁତଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏ ନେଇ ସଇଁତଲା ଥାନା ଅଧିକାରୀ ଅବନୀ ସାହୁଙ୍କୁ ପଚାରିବାରୁ ମାମଲା ରୁଜୁ ହୋଇ ଘଟଣା ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଥିଲେ । ଏ ନେଇ ଓଡିଶା ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମା, ସାମ୍ବାଦିକ ନାରାୟଣ ସାହୁ, ବିଶାଳ ଅଗ୍ରୱାଲ, ଜୁଲୁ ମହାପାତ୍ର, ପ୍ରଦୀପ ବାଗ ଓ ରଞ୍ଜନ ବାଗ ଘଟଣାର ନିନ୍ଦା କରିବା ଓ ପ୍ରଦୀପଙ୍କ ନାମରେ ଥିବା ମିଥ୍ୟା ମାମଲାଙ୍କୁ ପ୍ରତ୍ୟାହୃତ କରାଯାଉ ଓ ଆକ୍ରମଣକାରୀ ଯୁବକମାନଙ୍କୁ ଗିରଫ କରାଯାଉ ବୋଲି ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

twelve − 9 =