csstore

ପ୍ରଚାର ଶେଷ ଦିନରେ କାଳିପଲ୍ଲୀ ପଞ୍ଚାୟତରେ ବିଜେପିର ପ୍ରଚାର ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ଅଧିକ ସମ୍ବେଦନଶୀଳ ଅଞ୍ଚଳ ଭାବେ ଅନୁଭୂତ ହେଉଥିବା ଛତ୍ରପୁର ବ୍ଳକ୍‌ର କାଳିପଲ୍ଲୀ ପଞ୍ଚାୟତରେ ଘରେ ଘରେ ବୁଲି ୨୦ ନମ୍ବର ଜୋନ୍ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଏନ୍.ଦୀନବନ୍ଧୁ ଭୋଟଭିକ୍ଷା କରିଛନ୍ତି । ଏହାଙ୍କ ସହ ପ୍ରତ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ଏମ୍.ଧନଞ୍ଜୟ ରେଡ୍ଡୀ ତୀବ୍ର ପ୍ରତିଦ୍ୱନ୍ଦିତା କରୁଥିବା ଦେଖାଦେଇଛି । ଜିଲ୍ଲାପରିଷଦ ସଦସ୍ୟ ପାଇଁ କାଳିପଲ୍ଲୀ ପଞ୍ଚାୟତରେ ବିଜେଡି ଓ ବିଜେପି ମଧ୍ୟରେ ପ୍ରଚାର ଘମାଘୋଟ ଲଢ଼େଇ ହେବା ସଦୃଶ ହୋଇଛି । ଏହି ପଞ୍ଚାୟତରେ ଛତ୍ରପୁର ପଞ୍ଚାୟତ ସମିତି ପକ୍ଷରୁ ଅନେକ ଅର୍ଥ ହରିଲୁଟ, ବାଟମାରଣା ହୋଇଥିବା ଏବଂ ଉନ୍ନୟନ ଦିଗରେ ବହୁ ପ୍ରିୟାପ୍ରୀତି ପୋତୋଷଣ ହୋଇଥିବା ବିରୋଧୀ ବିଜେପି ଅଭିଯୋଗ କରି ନିଜର ଭୋଟ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଭିକ୍ଷା କରି ଭୋଟରଙ୍କୁ ବେଶ ପ୍ରଭାବିତ କରିଆସିଛନ୍ତି । ଯାହା ପ୍ରଚାର ଶେଷ ମଇଦାନରେ ପ୍ରଚାରକ୍ଷେତ୍ରକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଛନ୍ତି । ୨୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ଏହି କାଳିପଲ୍ଲୀ ପଞ୍ଚାୟତ ନିମନ୍ତେ ଡାକ୍ତର ସୁବାସ ସାହୁ, ବିଜେପି ରାଜ୍ୟନେତା ପ୍ରଶାନ୍ତ କର ପ୍ରମୁଖ ବହୁ ବିଜେପି ନେତ୍ତୃବର୍ଗ ଏହି ଆସନ ନିମନ୍ତେ ପ୍ରାଣପଣେ ଉଦ୍ୟମ କରି ସଫଳ ପ୍ରୟାସ ଜାରି ରଖିଛନ୍ତି । କାଳିପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ଟି.ଅଞ୍ଜଳିରେଡ୍ଡୀଙ୍କୁ ଖୋଲା ବହି ଚିହ୍ନରେ ଏବଂ ସମିତି ସଭ୍ୟ ପ୍ରାର୍ଥୀ ଚାରୁମିତ୍ର ବେହେରାଙ୍କୁ ଚା’କେଟଲି ଚିହ୍ନରେ ଭୋଟ ଦେବା ପାଇଁ ବିଜେପି ଦଳ ସମର୍ଥନ କରି ଭୋଟ ଭିକ୍ଷାକରି ଆସିଛନ୍ତି । ପ୍ରଚାର ଶେଷଦିନରେ ମଧ୍ୟ ପରିବର୍ତ୍ତନର ସ୍ୱର ଉତ୍ତୋଳନ କରି ବିପୁଳ ସମର୍ଥକଙ୍କ ସହଯୋଗରେ କାଳିପଲ୍ଲୀ ପଞ୍ଚାୟତରେ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାର ଆୟୋଜନ ସହ ଭୋଟ ପ୍ରଚାର କରି ସରଗରମ କରିଥିଲେ ।

jayashree
Leave A Reply

Your email address will not be published.