pakka

ଜାତୀୟ ରାଜପଥରେ ମାଲବାହୀ ଯାନ ଦୁର୍ଘଟଣାଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ ବୋରିଗୁମ୍ମା ୨୬ନଂ ଜାତୀୟ ରାଜପଥର ଦେଓଗାଁ ସଇଁତଲା ରାସ୍ତା ବହଲି ଛକ ନିକ‌ଟରେ ରାସ୍ତା ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଗାଡ଼ି ଚାଳକ । ଗତକାଲି ରାତିରେ କଟକରୁ ବାହାରି କୋରାପୁଟ ଅଭିମୁଖେ ଯାଉଥିବା (ଓଡ଼ି୦୫ ଏଡ଼ବ୍ଲ୍ୟୁ ୯୧୨୭) ଏକ ମାଲ ବୋଝେଇ ଡ଼ାଲା ଗାଡ଼ି ଘନ କୁହୁଡ଼ି ଯୋଗୁଁ ଆଗରେ ଯାଉଥିବା ଏକ ଅଜଣା ଗାଡ଼ିକରେ ଧକ୍କା ହେବାରୁ ଗାଡ଼ିର ସାମ୍ନା ପଟ ଚୁର୍‌ମାର୍‌ ହୋଇଯାଇଥିବା ବେଳେ ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡ଼ି ଚାଳକ ଅଶୋକ ମହାପାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଗାଡ଼ି ଦୁର୍ଘଟଣା ହେବାର ଖବର ପାଇ ଓଡ଼ିଶା ଡ୍ରାଇଭର ମହାସଂଘର ବଙ୍ଗଳା ଛକରେ ଥିବା ଗାଡ଼ି ଚାଳକମାନେ ଘଟଣାସ୍ଥଳକୁ ଯାଇ ଚାଳକଙ୍କୁ ପ୍ରାଥମିକ ଚିକିତ୍ସା କରାଇଥିଲେ ।

jay balangir
Leave A Reply

Your email address will not be published.

five × five =