pakka

୭ ଦିନ ହେଲା ଶିକ୍ଷକ ନିଖୋଜ : ଟେର ପାଉନି ପୋଲିସ

bbehera

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ଥାନା ଘଣ୍ଟାପଡା ଫାଣ୍ଡି ଅଧିନ ଉଡେର ଗ୍ରାମର ବାସୁଦେବ ଭୋଇ(୨୫) ଦୀର୍ଘ ସାତଦିନ ହେଲା ନିଖୋଜ ଥିବା ଜଣାପଡିଛି । ଚିନ୍ତାରେ ଭାଙ୍ଗି ପଡିଛି ମାଆଙ୍କ ହୃଦୟ । ବାସୁଦେବ ନିଜ ଗ୍ରାମର ଉ.ପ୍ରା. ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଗତ ୧୨ତାରିଖ ଶନିବାର ସନ୍ଧ୍ୟାରେ ନିଖୋଜ ହୋଇ ଯାଇଥିବା ତାଙ୍କ ମାଆ କମଳା ଭୋଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତ ୧୨ ତାରିଖ ସନ୍ଧ୍ୟା ସମୟରେ ବାସୁଦେବ ଭୋଇ ତାଙ୍କ ପିଉସୀଙ୍କ ପୁଅ ତୁଷୁରା ଥାନା ସନ୍ଧିସରା ଗ୍ରାମର ବିଜେ ଭୋଇ ଓରଫ ବୃହସ୍ପତିଙ୍କ ସହ ମିଶି ଏକ ମୋଟର ସାଇକେଲରେ କୁଆଡେ ବୁଲିବାକୁ ଯାଇଥିଲେ । ସେଠାରୁ ବାସୁଦେବ ତୁଷୁରା ଥାନା ଅନ୍ତର୍ଗତ କର୍ଲାଖମନ ଗ୍ରାମକୁ କୌଣସି ଏକ ଜରୁରୀ କାମ କହି ଏକୁଟିଆ ଯାଇଥିଲେ । ବାସୁଦେବର ଫେରିବା ବାଟକୁ ଚାହିଁ ବସିଥିଲେ ବିଜେ । ହେଲେ ବହୁ ସମୟ ଅପେକ୍ଷା କରି ମଧ୍ୟ ବାସୁଦେବ ଆସି ନ ଥିଲେ । ତା’ ପରଦିନ ଅର୍ଥାତ୍ ୧୩ତାରିଖ ଦିନ ସକାଳୁ ବିଜେ ଭୋଇ ଉଡେର ଗ୍ରାମକୁ ଆସି ବାସୁଦେବର ମାଆ କମଳା ଭୋଇଙ୍କୁ ସମସ୍ତ କଥା କହିଥିଲେ । ଏହାପରେ ପରିବାର ଓ ଗ୍ରାମବାସୀ ମିଶି କର୍ଲାଖମନ ଗ୍ରାମକୁ ଯାଇ ବିଭିନ୍ନ ସ୍ଥାନରେ ଖୋଜିଥିଲେ ହେଁ ବାସୁଦେବଙ୍କ ସନ୍ଧାନ ପାଇ ନ ଥିଲେ । ଶେଷରେ କଣ୍ଟାମାଳ ଥାନାକୁ ଆସି ବାସୁଦେବଙ୍କ ମାଆ କମଳା ଭୋଇ ଲିଖିତ ଅଭିଯୋଗ କରିଛନ୍ତି । କଣ୍ଟାମାଳ ଓ ଗୁଡଭେଲା ପୋଲିସ ପକ୍ଷରୁ ଦତନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁରାକ ପାଇ ନାହାନ୍ତି । ବାସୁଦେବଙ୍କ ବାପା କୈବଲ୍ୟ ଭୋଇ ବହୁଦିନ ପୂର୍ବେ ଆରପାରିକୁ ଚାଲି ଯାଇଛନ୍ତି ଏପଟେ ଏକମାତ୍ର ପୁଅ ନିଖୋଜ ହୋଇଥିବାରୁ ମାଆ କମଳା ଦୁଃଖରେ ଭାଙ୍ଗି ପଡିଛନ୍ତି । ନିଖୋଜ ବାସୁଦେବଙ୍କ ରଙ୍ଗ ଗୋରା, ଉଚ୍ଚତା ୫.୪ ଫୁଟ ସେ ଭାରି ସରଳ ଏବଂ ଓଡିଆ, ଇଂରାଜୀ ଓ ହିନ୍ଦିରେ ଭାଷା ଜାଣିଛନ୍ତି । କେହି ଯଦି ତାଙ୍କର ସନ୍ଧାନ ପାଆନ୍ତି ତେବେ ସ୍ଥାନୀୟ ପୋଲିସ ଷ୍ଟେସନକୁ ସୂଚନା ଦେବାକୁ ଅନୁରୋଧ କରିଛନ୍ତି ।

jay balangir
Leave A Reply

Your email address will not be published.

15 − fourteen =